Homebreaking newsଜ୍ୱାଇଁଙ୍କୁ ହାଣିଦେଲା ଶ୍ବଶୁର, ଗୁରୁତର ଅବସ୍ଥାରେ ଜ୍ୱାଇଁଙ୍କୁ କଟକ ସ୍ଥାନାନ୍ତର

ଜ୍ୱାଇଁଙ୍କୁ ହାଣିଦେଲା ଶ୍ବଶୁର, ଗୁରୁତର ଅବସ୍ଥାରେ ଜ୍ୱାଇଁଙ୍କୁ କଟକ ସ୍ଥାନାନ୍ତର

କାମାକ୍ଷାନଗର, (୦୭/୦୯) : ଆପ୍ର : ଜ୍ୱାଇଁଙ୍କୁ ହାଣିଦେଲା ଶ୍ବଶୁର । ଗୁରୁତର ଅବସ୍ଥାରେ ଜ୍ୱାଇଁଙ୍କୁ କଟକ ସ୍ଥାନାନ୍ତର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ କାମାକ୍ଷାନଗର ଥାନା ଜନ୍ତାରିବୋଲ ଗାଁ’ରେ ।

ଶ୍ବଶୁର ଘରକୁ ଆସିଥିବା ବେଳେ ଜ୍ୱାଇଁକୁ ହାଣିଲେ । ଗୁରୁତର ଅବସ୍ଥାରେ ପ୍ରଥମେ କାମାକ୍ଷାନଗର ମେଡିକାଲ ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଛି । ଗୁରୁତର ଜ୍ୱାଇଁ ଜଣକ ପାଳଲହଡା ଅଞ୍ଚଳର ଅଜୁ ବାନରା ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ ଅଜୁ ଗତକାଲି ନିଜ ଶ୍ୱଶୂର ଘର ଜନ୍ତାରିବୋଲ ଆସିଥିଲେ । ଆଜି କୌଣସି କାରଣକୁ ନେଇ ଅଜୁ ଓ ତାଙ୍କ ଶ୍ୱଶୂରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଫଳରେ ଉତ୍ତ୍ୟକ୍ତ ହୋଇ ଶ୍ବଶୁର ଏକ ମାଂସକଟା ଧାରୁଆଅସ୍ତ୍ରରେ ଅଜୁଙ୍କ ବେକକୁ ହାଣି ପକାଇଥିଲେ । ଅଜୁଙ୍କ ବେକର ପ୍ରାୟ ଅର୍ଦ୍ଧାଧିକ ଅଂଶ କଟିଯାଇଛି । ଅଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପର୍ଣ୍ଣ ଥିବାବେଳେ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments