ଭୁବନେଶ୍ୱର, (୨୧/୧୧) : ଆପ୍ର : ଖସିବ ପାରଦ, କାଲିଠୁ ବଢ଼ିବ ଶୀତ । କାର୍ତ୍ତିକ ପୂର୍ଣ୍ଣମୀ ବେଳକୁ ଅସମ୍ଭାଳ ଜାଡ଼ ହେବ । ଆକାଶ ସମ୍ପୂର୍ଣ୍ଣ ମେଘମୁକ୍ତ ହେବା ସହ ସାରା ରାଜ୍ୟରେ ଶୀତ ଅନୁଭୂତ ହେବ ।
୨୨ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇବା ସମ୍ଭାବନା ରହିଛି । ଏପଟେ, ବାତ୍ୟା ଅକଭାନ ପରେ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ୭ ଦିନ ପାଇଁ ଓଡ଼ିଶାକୁ ଆଇଏମଡିର ନୋ ୱାର୍ଣ୍ଣିଂ ଜାରି କରିଛି । ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସବୁ ଜିଲ୍ଲା ଗ୍ରୀନ୍ ଜୋନରେ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ରହିଛି । ଆଗାମୀ କିଛି ଦିନ ପାଇଁ ରାଜ୍ୟର କୌଣସି ଜିଲ୍ଲାକୁ ପାଣିପାଗ ସମ୍ପର୍କିତ ବିପଦ ଚେତାବନୀ ନାହିଁ ।
ଆଜିଠାରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା ପାଇଁ କୌଣସି ପାଣିପାଗ ଚେତାବନୀ ଜାରି କରାଯାଇନାହିଁ । ଚେତାବନୀ ମାନଚିତ୍ରରେ ପ୍ରତ୍ୟେକ ଜିଲ୍ଲାକୁ ଗ୍ରୀନ୍ ଜୋନ୍ ରେ ରଖାଯିବା ସହ ‘ନୋ ୱାର୍ଣ୍ଣିଂ’ ଦର୍ଶାଯାଇଛି । ନଭେମ୍ବର ୨୦ ତାରିଖରେ ବାତ୍ୟା ‘ଅକଭାନ୍ ’ ଗୋପାଳପୁର ନିକଟରେ ସ୍ଥଳଭାଗ ଅତିକ୍ରମ କଲା । । ଆଗାମୀ ଦିନଗୁଡ଼ିକ ପାଇଁ କୌଣସି ଜିଲ୍ଲାରେ ହଳଦିଆ, କମଳା କିମ୍ବା ଲାଲ୍ ଚେତାବନୀ ନଥିବାରୁ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ମିଳିଛି । ତେବେ ନୋ ୱାର୍ଣ୍ଣିଂର ଅର୍ଥ ସମ୍ପୂର୍ଣ୍ଣ ବର୍ଷାମୁକ୍ତ ପାଗ ନୁହେଁ । କୌଣସି ଚେତାବନୀ ନଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ପାଗର ପରିବର୍ତ୍ତନ ହୋଇପାରେ ।

