Homebreaking newsପାର୍ବଣ ପୂର୍ବରୁ ପୋଲିସକୁ ବଡ଼ ସଫଳତା: ମୟୂରଭଞ୍ଜରେ ପଣ୍ଡ ହେଲା ଡକାୟତି ଯୋଜନା, ମାରଣାସ୍ତ୍ର ସହ...

ପାର୍ବଣ ପୂର୍ବରୁ ପୋଲିସକୁ ବଡ଼ ସଫଳତା: ମୟୂରଭଞ୍ଜରେ ପଣ୍ଡ ହେଲା ଡକାୟତି ଯୋଜନା, ମାରଣାସ୍ତ୍ର ସହ ୮ ଗିରଫ

ରାଇରଙ୍ଗପୁର, (୧୨/୧୦) : ଆପ୍ର : ପାର୍ବଣ ଋତୁରେ ପୂଜା ପୂର୍ବରୁ ମୟୂରଭଞ୍ଜ ପୋଲିସକୁ ମିଳିଛି ବଡ଼ ସଫଳତା ।

ଜିଲ୍ଲାରେ ବଡ଼ ଧରଣର ଡକାୟତି ପାଇଁ ଚାଲିଥିବା ଯୋଜନାକୁ ପଣ୍ଡ କରିବାରେ ବହଳଦା ପୋଲିସ ସଫଳ ହୋଇଛି । ଝାଡ଼ଖଣ୍ଡ ଓ ମୟୂରଭଞ୍ଜ ସୀମାନ୍ତ ଅଞ୍ଚଳରୁ ଦୁଇଟି ପୃଥକ ପୃଥକ ଡକାୟତି ଗ୍ୟାଙ୍ଗର ମୋଟ ୮ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ବନ୍ଧୁକ, ଗୁଳି, ଖଣ୍ଡା, ମାରଣାସ୍ତ୍ର ଏବଂ ଚାରିଚକିଆ ଯାନ ଜବତ କରାଯାଇଛି । ପାର୍ବଣ ପାଇଁ କଡ଼ା ପେଟ୍ରୋଲିଂ, ପଣ୍ଡ ହେଲା ବଡ଼ ଷଡ଼ଯନ୍ତ୍ର ପାର୍ବଣ ସମୟରେ ଅସାମାଜିକ କାର୍ଯ୍ୟକଳାପ ଓ ଅପରାଧ ନିୟନ୍ତ୍ରଣ ପାଇଁ ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୁରେଶ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ପକ୍ଷରୁ ପେଟ୍ରୋଲିଂ କଡ଼ାକଡ଼ି କରାଯାଇଥିଲା । ଶନିବାର ବିଳମ୍ବିତ ରାତିରେ ବହଳଦା ଓ ଗମ୍ଭାରିଆ ଅଞ୍ଚଳରେ ଡକାୟତି କରିବା ଉଦ୍ଦେଶ୍ୟରେ କେତେକ ଦୁର୍ବୃତ୍ତ ଗମ୍ଭାରିଆ ରାବଣ ପୋଡ଼ି ପଡ଼ିଆ ନିକଟ ନିଛାଟିଆ ଜାଗାରେ ଏକତ୍ରିତ ହୋଇ ପ୍ରସ୍ତୁତି ଚଳାଇଥିଲେ ।

ବିଶେଷ ସୂତ୍ରରୁ ଖବର ପାଇ ବହଳଦା ଥାନା ଅଧିକାରୀ ଭାସ୍କର ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ଚଢ଼ାଉ କରିଥିଲା । ଏହି ଚଢ଼ାଉ ବେଳେ ଘଟଣାସ୍ଥଳରୁ ୭ ଜଣ ଅଭିଯୁକ୍ତଙ୍କୁ କାବୁ କରାଯାଇଥିଲା। ସେହିପରି ଅନ୍ୟ ଏକ ସ୍ଥାନ ଖେଜୁରିତାଣ୍ଡି ନିକଟରୁ ଡକାୟତି ଯୋଜନା କରୁଥିବା ବେଳେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ଗିରଫ ଅଭିଯୁକ୍ତ ଓ ଜବତ ସାମଗ୍ରୀ

ପୋଲିସ ଦ୍ୱାରା ଗିରଫ ହୋଇଥିବା ୮ ଜଣ ଅଭିଯୁକ୍ତ ହେଲେ : ରାଜା ବେହେରା (୧୯) – ଡୁମୁରିଆ, ଝାରପୋଖରିଆ, ଶେଖ ସଫରଉଦ୍ଦିନ (୨୪) – ବଡ଼ମକୂରାଡିହି, ରାଇରଙ୍ଗପୁର, ଶେଖ ଅଜମଲ (୩୨) – ବଡ଼ମକୂରାଡିହି, ରାଇରଙ୍ଗପୁର, ଜୟୀ ସିଟ୍ (୨୫) – କୁୱାଲି, ଇଷ୍ଟ ସିଂହଭୂମ (ଝାଡ଼ଖଣ୍ଡ), ଜଗଜିତ ମହାନ୍ତ (୨୦) – ଦେଓଗାଁ, ବାଦାମପାହାଡ଼, ଶେଖ ରାଜାଉଦ୍ଦିନ (୨୩) – ବଡ଼ମକୂରାଡିହି, ରାଇରଙ୍ଗପୁର ଏବଂ ଅନ୍ୟ ୨ ଜଣ ସହଯୋଗୀ । ଅଭିଯୁକ୍ତ ମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ଜୀବନ୍ତ ଗୁଳି, ଗୋଟିଏ ଚାରିଚକିଆ ଗାଡ଼ି, ୨ଟି ଖଣ୍ଡା, ଏବଂ ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଛି ।

ପୂର୍ବରୁ ରହିଛି ଏକାଧିକ ମାମଲା ରାଇରଙ୍ଗପୁରଠାରେ ଆହୂତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ବୀରେନ୍ଦ୍ର କୁମାର ସେନାପତି, ଥାନା ଅଧିକାରୀ ଭାସ୍କର ପ୍ରଧାନ ଓ ଅନ୍ୟ ପୋଲିସ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, ଗିରଫ ହୋଇଥିବା ଅଭିଯୁକ୍ତମାନେ ଅଭ୍ୟାସଗତ ଅପରାଧୀ । ସେମାନଙ୍କ ନାମରେ ରାଜ୍ୟ ଓ ରାଜ୍ୟ ବାହାର ବିଭିନ୍ନ ଥାନାରେ ପୂର୍ବରୁ ଅନେକ ସଙ୍ଗୀନ ଅପରାଧିକ ମାମଲା ରହିଛି । ପୋଲିସ ପଚରାଉଚରା ସମୟରେ ଅଭିଯୁକ୍ତମାନେ ଡକାୟତି ଯୋଜନା କରିଥିବା ସ୍ୱୀକାର କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments