Homelocalରାୟଗଡ଼ାରେ ଶ୍ରୀକୃଷ୍ଣ ଧ୍ୟାନ ମନ୍ଦିର ପ୍ରତିଷ୍ଠା। ତିନିଦିନ ଧରି ଉତ୍ସବ ପାଳିତ

ରାୟଗଡ଼ାରେ ଶ୍ରୀକୃଷ୍ଣ ଧ୍ୟାନ ମନ୍ଦିର ପ୍ରତିଷ୍ଠା। ତିନିଦିନ ଧରି ଉତ୍ସବ ପାଳିତ

ରାୟଗଡା, (୧୯/୦୬) : ଆପ୍ର : ରାୟଗଡା ସହର ଦୈନିକ ବଜାର ନିକଟରେ ଥିବା ଶ୍ରୀ ସୀତାରାମ ଧ୍ୟାନ ଆଞ୍ଜେନେୟ ମନ୍ଦିର ପରିସରରେ , ଶ୍ରୀ କୃଷ୍ଣ ଧ୍ୟାନ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି ।WhatsApp Image 2026 06 19 at 13.27.07 1

ଭକ୍ତିମୟ ପରିବେଶରେ ହୋମ, ଯଜ୍ଞ, ଅଷ୍ଟପ୍ରହରୀ ନାମଯଜ୍ଞ, ବିଷ୍ଣୁ ସହସ୍ର ନାମ ପାଠ ହୋଇଥିଲା। ଶ୍ରୀ କୃଷ୍ଣ ବିହାରୀ ଯାଦବ ସଂଘ ପକ୍ଷରୁ ସ୍ଥାପିତ ଏହି ମନ୍ଦିର ଶ୍ରୀମତୀ ଆପ୍ପାୟାମ୍ମା ଏବଂ ଏସ୍ ପଲାୟାଙ୍କ ସ୍ମୃତିରେ ନିର୍ମାଣ କରାଯାଇଛି ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । ତିନିଦିନ ଧରି ହୋଇଥିବା ଧାର୍ମିକ କାର୍ଯ୍ୟକ୍ରମ ଗୁଡିକ ଯୋଗିଶ୍ରୀ ଚୈତନ୍ୟ ରାମଜୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧନରେ ଆରମ୍ଭ ହୋଇଥିଲା । ପ୍ରତିଷ୍ଠା ମହୋତ୍ସବର ବିଧିବିଧାନ ଗୁଡିକୁ ଡି. ରମେଶ, ଡି. ସାଇ ଏବଂ କେ. ଭେଙ୍କଟ ଆଦ୍ରି ଶର୍ମା ପ୍ରମୁଖ ସୁରୁଖୁରୁରେ ପରିଚାଳନା କରିଥିଲେ । ବୃନ୍ଦାବନରୁ ଆସିଥିବା ଦୁଇଜଣ ପ୍ରସିଦ୍ଧ ପଣ୍ଡିତଙ୍କ ଦ୍ଵାରା ମୂର୍ତ୍ତି ପ୍ରତିଷ୍ଠା ବିଧି ସମ୍ପନ୍ନ ହୋଇଥିଲା । ହରିନାମ ସଂକୀର୍ତ୍ତନ, ହୋମ ଯଜ୍ଞର ପବିତ୍ର ଧୁନି ଏବଂ ପବିତ୍ର ବ୍ରାହ୍ମଣ ମାନଙ୍କ ଦ୍ୱାରା ବେଦ ପାଠ ଉଚ୍ଚାରଣ ସମ୍ପୂର୍ଣ୍ଣ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଦୀର୍ଘ ବର୍ଷର ସ୍ୱପ୍ନ ଆଜି ପୂରଣ ହୋଇଛି ବୋଲି କହିଛନ୍ତି ଶ୍ରୀକୃଷ୍ଣ ବିହାରୀ ଯାଦବ ସଂଘ ।WhatsApp Image 2026 06 19 at 13.27.07 2

ଏହି ସମୟ ଆମ୍ଭ ମାନଙ୍କ ପାଇଁ ଆମ ସମାଜ ପାଇଁ ଓ ଜିଲ୍ଲା ପାଇଁ ଐତିହାସିକ ଓ ଗୌରବମୟ ହୋଇ ରହିବ ବୋଲି କହିଛନ୍ତି ଶିରା ବାଙ୍ଗାରି ବାବୁ । ଶୀରା ରମଣା, ଶିରା ସୀମାଦ୍ରୀ, ଏମ୍ ଆପ୍ପାରାଓ, ପି. କିଶୋର, ଇ. ଅନିଲ, ଇ. ସୁନୀଲ, ଏମ୍ ରଜନୀକାନ୍ତ ଏବଂ କମିଟି ସଦସ୍ୟ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ନିଷ୍ଠାପର ମନୋଭାବ, ମନ୍ଦିର ନିର୍ମାଣରେ ପୂର୍ଣରୁପ ଦେଇଛି ବୋଲି କହିଛନ୍ତି ସ୍ଥାନୀୟ ଲୋକେ। ଶ୍ରୀକୃଷ୍ଣ ବିହାରୀ ଯାଦବ ସଂଘ ପକ୍ଷରୁ ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments