ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ, ଫରେଷ୍ଟର ନିଲମ୍ବିତ

Date:

Share post:

ବଲାଙ୍ଗିର, (୨୭/୦୫) : ଆପ୍ର : ବଲାଙ୍ଗିର ଜିଲ୍ଲାରେ ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଗୁଡିଘାଟ ଫରେଷ୍ଟର ଜୟକୃଷ୍ଣ ଭୋଇ ନିଲମ୍ବିତ

କାର୍ଯ୍ୟରେ ଅବହେଳା ପାଇଁ ଚାକିରିରୁ ନିଲମ୍ବନ କଲେ ବଲାଙ୍ଗିର DFO ଅଜିତ ବିଶି । ଏହାସହ ବିଦ୍ୟୁତ ବିଭାଗର ଯନ୍ତ୍ରୀ ମହମ୍ମଦ ଯୁନେଦ, ଲାଇନମ୍ୟାନ୍ ଅଜିତ ତରିଆ ଓ ଚାଷୀ ସଂଜୀବ ପୁଟେଲ ବିରୋଧରେ ମାମଲା ରୁଜୁ ହୋଇଛି । ଗତ ଏପ୍ରିଲ ୩୦ ତାରିଖରେ ଗୁଡିଘାଟ ସେକ୍ଟରରେ ଏକ ହାତୀର ମୃତ୍ୟୁ ହୋଇଥିଲା l ବିଦ୍ୟୁତ ତାର ଲାଗି ହାତୀର ମୃତ୍ୟୁ ହୋଇଥିବା ଜଣାପଡିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ସୂଚନାଯୋଗ୍ୟ, ତିନିମାସ ତଳେ ବାଲିଗୁଡା ବନଖଣ୍ଡ ବେଲଘର ରେଞ୍ଜ ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାର ୩ ଶିକାରୀକୁ ଗିରଫ କରାଯାଇଥଇଲା । ଗିରଫ ଅଭିଯୁକ୍ତ ଝିରିପାଣି ଗାଁର କ୍ଷମା ପାତ୍ର, ବୃଷଭ ପାତ୍ର ଓ ଗୋକୁଳ ପାତ୍ର । ଗତ ଜାନୁଆରୀ ୪ ତାରିଖରେ ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛାଇଥିଲେ ଅଭିଯୁକ୍ତ । ବିଦ୍ୟୁତ ତାର ଲାଗି ହାତୀର ଜୀବନ ଯାଇଥିଲା । ତଦନ୍ତ କରି ୩ ଶିକାରୀଙ୍କୁ ଗିରଫ କରିଥିଲା ବନବିଭାଗ ।

 

LEAVE A REPLY

Please enter your comment!
Please enter your name here

spot_img

Related articles

ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ : ୪ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ

ପାଟଣାଗଡ଼, (୧୬/୦୬) : ଆପ୍ର : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଘଟଣାରେ ପାଟଣାଗଡ଼ ପୋଲିସ...

ସୁନ୍ଦରଗଡ଼ରେ ଭୟଙ୍କର ଟ୍ରେଲର ଧକ୍କା, ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ

ସୁନ୍ଦରଗଡ଼, (୧୬/୦୬) : ଆପ୍ର : ଜୀଅନ୍ତା ଜଳିଗଲେ ଦୁଇ ଟ୍ରକ ଡ୍ରାଇଭର । ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା କଇଁତରା ବିଜୁ ଏକ୍ସପ୍ରେସ...

ଦିଘାରୁ ହଟିଲା ‘ଧାମ’ ଶବ୍ଦ: ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ଗଣସମ୍ବର୍ଦ୍ଧନା

ଭୁବନେଶ୍ୱର, (୧୬/୦୬) : ଆପ୍ର : ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଏବଂ ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା ପାଇଁ ଦୃଢ଼ ପଦକ୍ଷେପ...

ଯୁବକ ଙ୍କୁ ଗୋଡାଇ ଗୋଡାଇ ହାଣିଲେ ଛଅ ଦୁର୍ବୁତ୍ତ

ଅନୁଗୁଳ, (୧୬/୦୬) : ଆପ୍ର : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ନନ୍ଦପୁର ଛକ ଠାରେ ଯୁବକ ଙ୍କୁ ଗୋଡାଇ ଗୋଡାଇ ହାଣିଲେ...