ଆସନ୍ତା ସପ୍ତାହ ମଧ୍ୟରେ ଓଡ଼ିଶା ଛୁଇଁପାରେ ମୌସୁମୀ, ପାଣିପାଗ ସ୍ଥିତି ରହିଛି ଅନୁକୂଳ

Date:

Share post:

ଭୁବନେଶ୍ୱର, (୦୭/୦୬) : ଆପ୍ର : ଆସନ୍ତା ସପ୍ତାହେ ମଧ୍ୟରେ ଓଡ଼ିଶା ଛୁଇଁପାରେ ମୌସୁମୀ । ୬ ରୁ ୮ ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ଆକଳନ କରାଯାଇଛି ।

ପାଣିପାଗ ସ୍ଥିତି ଅନୁକୂଳ ସମ୍ଭାବନା ରହିଥିବାରୁ ଓଡ଼ିଶାର କିଛି ଅଞ୍ଚଳକୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହୋଇପାରେ । ସେପଟେ ମୌସୁମୀ ଆଗକୁ ବଢ଼ିବା ସହ ଏଲନିନୋ ବିପଦ ମାଡ଼ି ଆସୁଛି । ଗୋଆ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ମିଜୋରାମ, ମଣିପୁର ଆଦି ରାଜ୍ୟର କିଛି ଅଞ୍ଚଳକୁ ଆଜି ଅଗ୍ରସର ହୋଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏଣେ ପ୍ରଶାନ୍ତ ମହସାଗରର ଏଲନିନୋର ପ୍ରଭାବ ଆରମ୍ଭ ହୋଇ ସାରିଛି । ବିଶ୍ବ ପାଣିପାଗ ସଂଗଠନ ଆକଳନ କରିଛି, ଏହା ସୁପର ଏଲନିନୋର ରୂପ ନେବ । ଯାହା ସ୍ବାଭାବିକ ଠାରୁ ୨ଡିଗ୍ରୀ ଅଧିକ ତାପମାତ୍ରା ବୃଦ୍ଧି କରିବ । ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି କରିବ ଏହି ସୁପର ଏଲନିନୋ ।

ଏଲନିନୋ ପ୍ରଭାବରେ ଏବର୍ଷ ମୌସୁମୀ ବର୍ଷା ସ୍ବାଭାବିକ ଠାରୁ ୧୦ ପ୍ରତିଶତ କମ ରହିବ ବୋଲି ପୂର୍ବାନୁମାନ କରି ସାରିଛି ଆଇଏମଡି । ତେବେ ନେସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟିର ଆକଳନ, ଦେଶରେ ଏଲନିନୋର ପ୍ରଭାବ କମ ପଡ଼ିବ । କାରଣ ଭାରତୀୟ ମୌସୁମୀ ବାୟୁ ଏବଂ ବର୍ଷାକୁ ନିୟନ୍ତ୍ରଣ କରୁଥିବା ଇଣ୍ଡିଆନ ଓସେନ୍ ଡାଇପୋଲ ଏଲ୍ ନିନୋ ପ୍ରଭାବକୁ ହ୍ରାସ କରିବ ।

 

LEAVE A REPLY

Please enter your comment!
Please enter your name here

spot_img

Related articles

ବଲାଙ୍ଗିରରେ ‘ଉଦ୍ୟମୀ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ କାର୍ଯ୍ୟକ୍ରମ-୨୦୨୬’ ଉଦ୍‌ଘାଟିତ

ବଲାଙ୍ଗିର, (୨୮/୦୬) : ଆପ୍ର : ବଲାଙ୍ଗିର ଜିଲ୍ଲାକୁ ଶିଳ୍ପ ସମୃଦ୍ଧ ଓ ସ୍ଥାନୀୟ ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ...

ଭାତହାଣ୍ଡି ବରଗଡ଼ରେ ଚାଷୀଙ୍କ ସମସ୍ୟା ଥମିବାର ନାଁ ନେଉନି

ବରଗଡ, (୨୮/୦୬) : ଆପ୍ର : ଓଡ଼ିଶାର ଭାତହାଣ୍ଡି ବରଗଡ଼ରେ ଚାଷୀଙ୍କ ସମସ୍ୟା ଥମିବାର ନାଁ ନେଉନି । ଧାନ କ୍ରୟରେ ବିଳମ୍ବ, ଟୋକନ...

କଫ ସିରପ୍‌ ବିକୁଥିବା ବେଳେ ବଲାଙ୍ଗିର ଟାଉନ ପୋଲିସ ହାତରେ ଧରାପଡ଼ିଲା ଯୁବକ

ବଲାଙ୍ଗିର, (୨୮/୦୬) : ଆପ୍ର : ଅଭିଯୁକ୍ତ କଫ ସିରପ୍‌ ବିକୁଥିଲା । ବଲାଙ୍ଗିର ଟାଉନ ଥାନା ପୋଲିସ ହାତରେ ଧରା ପଡ଼ିଲା ଅଭିଯୁକ୍ତ...

ଚାଲି ଚାଲି ଯାଉଥିଲେ ପିଟି ଦେଲା ବାଇକ୍, ଚାଲିଗଲା ଜୀବନ

ଗଜପତି, (୨୮/୦୬) : ଆପ୍ର : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଷ୍ଟାଡିୟମ ନିକଟସ୍ତ ଇଣ୍ଡିଆନ ପେଟ୍ରୋଲ ବଙ୍କ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ...