Homelocalପୁଅକୁ ଭଲ କରିବାପାଇଁ ଅସହାୟ ବାପା ମାଗିଲେ ଭିକ୍ଷ୍ୟା

ପୁଅକୁ ଭଲ କରିବାପାଇଁ ଅସହାୟ ବାପା ମାଗିଲେ ଭିକ୍ଷ୍ୟା

ସୁବର୍ଣ୍ଣପୁର, (୧୧/୦୭) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଭଣ୍ଡାର ପଞ୍ଚାୟତ ଗୁଲୁଣ୍ଡା ଗ୍ରାମର ରବୀନ୍ଦ୍ର ମାଝୀ, ନିଜ ପୁଅକୁ ସ୍କୁଲ ରେ ଛାଡି ଘରକୁ ଆସୁଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ବର୍ତମାନ ରବୀନ୍ଦ୍ର ଆଜକୁ ୨ ମାସ ରୁ ଉର୍ଦ୍ଧ ହେବ ବୁର୍ଲା ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି ।

ହେଲେ ସୁସ୍ଥ ହେବାପାଇଁ ଟଙ୍କା ଆବଶ୍ୟକ ପଡୁଥିବାରୁ ଘରେ ଯାହାକିଛି ଥିଲା ବିକି ଭାଞ୍ଜି ସବୁ ଖର୍ଚ୍ଚ କରିସାରିଲେଣି । ତାଙ୍କର ବୁର୍ଲା ରେ ରହିବା ଚିକିତ୍ସା କରିବା ଏପରି କି ନିଜେ ଖାଇବା ପାଇଁ ପଇସା ନଥିବା ପ୍ରକାଶ କରିଛନ୍ତି । ଶନିବାର ବାପା ଇନ୍ଦ୍ରଜିତ ମାଝୀ, , ବେକରେ ଏକ ପୋଷ୍ଟର ଲଗାଇ ହାତରେ ଭିକ୍ଷା ଥାଳି ଧରି ଭିକ ମାଗୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ଇନ୍ଦ୍ରଜିତ କହିବା ଅନୁଯାଇ ୨ ଟି ଅପରେସନ ସାରିଥିବାବେଳେ ଆଉ ଗୋଟିଏ ଅପରେସନ କରିବାକୁ ପଡିବ ନିଜ ପାଖରେ ଟଙ୍କାଟିଏ ବି ନାହିଁ ସେଠାରେ ରହିବା ଔଷଧ କିଣିବା ଓ ନିଜେ ଚଳିବା ପାଇଁ ମଧ୍ୟକିଛି ନାହିଁ ହେଲେ ଏବେ ପୁଅର ଆଉ ଗୋଟିଏ ଅପରେସନ ହେବ ବୋଲି ରବୀନ୍ଦ୍ରଙ୍କ ବାପା ଇନ୍ଦ୍ରଜିତ ମାଝୀ କହିଛନ୍ତି । କିନ୍ତୁ ହାତରେ ଅର୍ଥ ନାହିଁ । ଯେଉଁଥିପାଇଁ ପରିଣତ ବୟସ୍କା ବାପା ଇନ୍ଦ୍ରଜିତ ପୁଅ ରବୀନ୍ଦ୍ରର ଅପରେସନ ପାଇଁ ସହରର ଗଳିକନ୍ଦୀ, ଦୋକାନ ବଜାର ଚାରିଆଡେ ବୁଲିବୁଲି ଭିକ୍ଷା ମାଗୁଛନ୍ତି । ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments