କଣ୍ଟାମାଳ, (୨୧/୦୯) : ଆପ୍ର : ବୌଦ୍ଧ ଜିଲ୍ଲା କଣ୍ଟାମାଳରେ ଅଘଟଣ । ପେଟ୍ରୋଲିଙ୍ଗ ବେଳେ ବଜ୍ରାଘାତରେ ଚାଲିଗଲା ଅବକାରୀ ଅଧିକାରୀଙ୍କ ଜୀବନ ।
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଅବକାରୀ ବିଭାଗର କଣ୍ଟାମାଳ ଅବକାରୀ ଉପ-ନିରୀକ୍ଷକ ପୁରୁଷୋତ୍ତମ ବେଵର୍ତାଙ୍କ ମୃତ । କଣ୍ଟାମାଳ ବ୍ଲକ ଗୋଛାଗୁରା ନିକଟରେ ବଜ୍ରାଘାତର ଶିକାର ହୋଇଥିବା ସୂଚନା । ସୂଚନା ଅନୁସାରେ, ପୁରୁଷୋତ୍ତମ ବେଵର୍ତା ଅବକାରୀ ବିଭାଗର କାର୍ଯ୍ୟରେ ନିୟୋଜିତ ଥିଲେ । କଣ୍ଟାମାଳ ବ୍ଲକ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ଗୋଛାଗୁରା ନିକଟରେ ହଠାତ୍ ବଜ୍ରାଘାତ ହୋଇଥିବା ଜଣାପଡ଼ିଛି । ଏଥିରେ ସେ ଗୁରୁତର ଭାବେ ପ୍ରଭାବିତ ହୋଇଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ନେବାର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତାଙ୍କ ଜୀବନ ରକ୍ଷା ହୋଇପାରିନଥିବା ସୂଚନା ମିଳିଛି ।
ଘଟଣା ସମ୍ପର୍କରେ ଖବର ପାଇବା ପରେ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ତାଙ୍କ ମୃତ୍ୟୁ ଖବର ପାଇବା ପରେ ସହକର୍ମୀ, ପରିବାର ଓ ପରିଚିତ ମହଲରେ ଶୋକ ପ୍ରକାଶ ପାଇଛି । ବଜ୍ରପାତ ସମୟରେ ଖୋଲା ସ୍ଥାନରେ ନରହିବାକୁ ପ୍ରଶାସନ ପକ୍ଷରୁ ସାଧାରଣତଃ ସତର୍କ କରାଯାଉଥିବା ବେଳେ ଏଭଳି ଅଘଟଣ ଚିନ୍ତା ବଢ଼ାଇଛି ।

