Homelocalବ୍ଲକ ସ୍ତରୀୟ ବିଜେଡି ବରିଷ୍ଠ କର୍ମୀ ଓ BLA ସଂଯୋଜକଙ୍କୁ ନେଇ ଗୁରୁଣ୍ଡାରେ ବୈଠକ ତ୍ରିସ୍ତରୀୟ...

ବ୍ଲକ ସ୍ତରୀୟ ବିଜେଡି ବରିଷ୍ଠ କର୍ମୀ ଓ BLA ସଂଯୋଜକଙ୍କୁ ନେଇ ଗୁରୁଣ୍ଡାରେ ବୈଠକ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଶତପ୍ରତିଶତ ବିଜୟ ଲକ୍ଷ୍ୟ ନେଇ ଆଲୋଚନା

ମୁରିବାହାଲ, (୧୨/୦୭) : ଆପ୍ର : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୁରିବାହାଲ ବ୍ଲକ ସ୍ତରୀୟ ବିଜେଡି ବରିଷ୍ଠ କର୍ମୀ ଓ ବିଏଲଏ ସଂଯୋଜକମାନଙ୍କୁ ନେଇ ରବିବାର ଗୁରୁଣ୍ଡା ଖେଳ ପଡିଆଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2026 07 13 at 10.17.03 1

ବିଜେଡି ଯୁବନେତା ଗିରିରାଜସିଂ ମାଝୀ ଓ ପୂର୍ବତନ ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ନିରୁପମା ମାଝୀ*ଙ୍କ ନେତୃତ୍ୱରେ ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷ *ହଂସରାଜ ଜୈନ* ଙ୍କ ଆହ୍ୱାନକ୍ରମେ ଆୟୋଜିତ ଏହି ବୈଠକରେ ବଲାଙ୍ଗିର ଜିଲ୍ଲା ବିଜେଡି ସଭାପତି *ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟତମ ଅତିଥି ଭାବେ ପୂର୍ବତନ ତୁରେକେଲା ବ୍ଲକ ସଭାପତି ଆଶାତୁଲ୍ଲା ଖାଁ, ଦେବାର ବାରିକ, ବଲାଙ୍ଗିର ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଲା ମାଝୀ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ସୁନ୍ଦରମତୀ ବାଗ, ପିଙ୍କି ଖରସେଲ, ଧନଞ୍ଜୟ ମହାନନ୍ଦ, ମହେଶ ପୁଟେଲ ଙ୍କ ସହ ପୂର୍ବତନ ସରପଞ୍ଚ, ସମିତି ସଭ୍ୟ ଓ ବହୁ ବରିଷ୍ଠ ବିଜେଡି ନେତା ଉପସ୍ଥିତ ଥିଲେ ।WhatsApp Image 2026 07 13 at 10.17.03

ବୈଠକରେ ଏସ ଆଇ ଆର ସମ୍ପର୍କରେ ସଚେତନତା ସୃଷ୍ଟି ସହିତ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡିର ଶତପ୍ରତିଶତ ବିଜୟ ଲକ୍ଷ୍ୟ ପାଇଁ ଗୁରୁମନ୍ତ୍ର ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଚଳିତ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ନିଜର ଗୁରୁ ଦାୟିତ୍ୱ ବୋଲି ସମସ୍ତେ ଗୁରୁତ୍ୱାରୋପ କରିଥିଲେ ।ଉକ୍ତ ବୈଠକରେ ଶହ ଶହ ପରିମାଣରେ ବିଜେଡି କର୍ମକର୍ତ୍ତା ଯୋଗଦେଇ ଓଡିଶାର ପ୍ରିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ହାତକୁ ମଜବୁତ କରିବା ପାଇଁ ପ୍ରତିଜ୍ଞା କରିଥିଲେ । ସଭା ସଂଯୋଜକ ବିଜେଡି ବରିଷ୍ଠ ନେତା ଦିଲୀପ କୁମାର ପୃଷ୍ଟି ମୁରିବାହାଲ ବ୍ଲକର ବରିଷ୍ଠ ବିଜେଡି ନେତା ସ୍ୱର୍ଗତ ଗୌତମ ଖେତୀଙ୍କ ଶୋକ ପ୍ରସ୍ତାବ ଆଣି ସଭା ସଂଯୋଜନା କରିଥିବା ବେଳେ ଅକ୍ଷୟ ସାହୁ ସ୍ୱାଗତ ଅଭିଭାଷଣ ରଖିଥିଲେ ଏବଂ ଫାଲ୍ଗୁନୀ ହାତୀ ଧନ୍ୟବାଦ ଅର୍ପଣ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments