Homelocalତାଳଦଣ୍ଡା କେନାଲୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ତାଳଦଣ୍ଡା କେନାଲୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

କଟକ, (୧୪/୧୦) : ଆପ୍ର : ମିଳିଲା ମୃତଦେହ । ଗତକାଲି ଠାରୁ ତାଳଦଣ୍ଡା କେନାଲରେ ବୁଡି ନିଖୋଜ ଥିଲେ ଯୁବକ । ମୃତ ଯୁବକ ଆଦିତ୍ୟ ନାରାୟଣ ପଣ୍ଡା ।

ଜଣେ ସାଙ୍ଗ ସହ ଗାଧାଉ ଥିବାବେଳେ ଭାସି ଯାଇଥିଲେ ଆଦିତ୍ୟ । ଖବର ପାଇବା ପରେ ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ୍ । ଅନ୍ଧାର ହୋଇଯିବା ପରେ ସର୍ଚ୍ଚ ଅପରେସନ ବନ୍ଦ କରିଥିଲା ଅଗ୍ନିଶମ ବାହିନୀ । ଆଜି ସକାଳୁ ପୁଣି ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ଶେଷରେ ଯୁବକଙ୍କ ମୃତଦେହ ଉଦ୍ଧାର କରିବାରେ ସଫଳ ହୋଇଛି ଅଗ୍ନିଶମ ବାହିନୀ । ମୃତ ଆଦିତ୍ୟଙ୍କ ବୟସ ୧୮ ବର୍ଷ ହେବ ବୋଲି କୁହାଯାଉଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments