Homelocalବର୍ଷା ନେଇ ଜିଲ୍ଲାପାଳଙ୍କ ବଡ଼ ନିଷ୍ପତ୍ତି, ବୌଦ୍ଧରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି

ବର୍ଷା ନେଇ ଜିଲ୍ଲାପାଳଙ୍କ ବଡ଼ ନିଷ୍ପତ୍ତି, ବୌଦ୍ଧରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି

କଣ୍ଟାମାଳ, (୨୯/୧୦) : ଆପ୍ର : ପ୍ରବଳ ବର୍ଷା ଯୋଗୁଁ ସ୍କୁଲ ଛୁଟି । ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ବୌଦ୍ଧ ଜିଲ୍ଲାରେ ଲାଗି ରହିଛି ପ୍ରବଳ ବର୍ଷା ।

ବର୍ଷାର ପ୍ରକୋପକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ସମେତ ଅଙ୍ଗନବାଡ଼ି କେନ୍ଦ୍ରକୁ ଦିନକ ପାଇଁ ଛୁଟି ଘୋଷଣା କରାଯାଇଛି । ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଏହି ନିଷ୍ପତ୍ତି ନେଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ବୌଦ୍ଧ ଜିଲ୍ଲାରେ ମୋଟ ୪୧୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେଥିମଧ୍ୟରୁ ହରଭଙ୍ଗା ବ୍ଲକରେ ସର୍ବାଧିକ ୨୦୭ ମିଲିମିଟର, ବୌଦ୍ଧ ବ୍ଲକରେ ୧୪୨ ମିଲିମିଟର ଏବଂ କଣ୍ଟାମାଳ ବ୍ଲକରେ ୬୯ ମିଲିମିଟର ବର୍ଷା ହୋଇଛି । ଲଗାଣ ବର୍ଷା ଯୋଗୁଁ ଜିଲ୍ଲାରେ ସ୍ଥିତି ଚିନ୍ତାଜନକ ହେବାରେ ଲାଗିଛି । ତେଣୁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ସତର୍କ ରହିବା ସହ ଅଯଥାରେ ଘରୁ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଉଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments