ବଲାଙ୍ଗିର, (୧୨/୦୭) : ଆପ୍ର : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବିକାଶ ଭେଲୀ ବିଦ୍ୟାଳୟ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ବଲାଙ୍ଗିର ତରଫରୁ ଏକ ସାଇବର ସୁରକ୍ଷା ଉପରେ ଶିଶୁ ଓ ଅଭିଭାବକ ମାନଙ୍କ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ନିର୍ଦ୍ଦେଶକ ବଦ୍ରିନାଥ ମିଶ୍ର, ଟ୍ରଷ୍ଟି ଶିବାନନ୍ଦ ଦାସ ଉପସ୍ଥିତ ଥିଲେ । ଏହି ଅବସରରେ ଶିକ୍ଷକ ଶିବାନନ୍ଦ ଦାସ ସମସ୍ତଙ୍କୁ ସ୍ୱାଗତ ଜଣାଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ସାମାଜିକ କର୍ମୀ ଅରୁଣ ଖୁଆସ ମୁଖ୍ୟଅତିଥି କହିଲେ ସାଇବର୍ ସୁରକ୍ଷା ପାଇଁ ରଖିବା, ଅନ୍ୟାନ୍ୟ ଅଜଣା ଲିଙ୍କକୁ କ୍ଲିକ୍ ନ କରିବା, ସାଇବର୍ ବୁଲିଂ ଅର୍ଥାତ୍ ଭୟଭୀତ କରୁଥିବା ବିଷୟ ଜଣାଇବା ଏବଂ ସରକାରୀ ସହାୟତା ନମ୍ୱର୍ ୧୯୩୦କୁ ତୁରନ୍ତ ଜଣାଇବା ପାଇଁ ବୁଝାଇ କହିଥିଲେ । ଶିଶୁମାନେ ଶିକ୍ଷା ପ୍ରତି ଆଗ୍ରହ ହୋଇ ବୈଷୟିକ, ସେଲ୍ଫ ଫାଇନାନ୍ସ, ପି ପି ପି ମୋଡ, ବୃତିଭିତିକ ଶିକ୍ଷାରେ ନିଯୁକ୍ତି ସୁଯୋଗ ଥିବାରୁ ଅନୁସରଣ କରିବାକୁ ପ୍ରବର୍ଟେ ଥିଲେ ।
ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତୀ କହିଲେ କୌଣସି ଅନ୍ଲାଇନ୍ ତଥା ଫେସବୁକ୍, ଇନଷ୍ଟାଗ୍ରାମ, ୱାଟସେପ୍, ୟୁଟ୍ୟୁବ ଭିଡିଓ, ମେସେଜର ଭଲ ଦିଗ ଗୁଡିକୁ ଅନୁସରଣ କରି ଭୁଲ ଦିଗକୁ ବ୍ୟବହାର ନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ସାମାଜିକ କର୍ମୀ ହରିବନ୍ଧୁ ରାଉତ୍, ଚାଇଲ୍ଡ ହେଲ୍ପ ଲାଇନ୍ର କେସ ୱାର୍କର ସୁଦନ ଖମାରୀ ଶିଶୁମାନଙ୍କୁ ଉତ୍ସାହିତ କରି ଥିଲେ । ଏହି କାର୍ଯ୍ୟକ୍ରମରେ ବିକାଶ ଭେଲୀ ବିଦ୍ୟାଳୟର କୈଳାଶ ଚରଣ ରଣା, ତବ୍ ଶୁମ୍ ବେଗମ୍, ବିବେକାନନ୍ଦ ସାହୁ, ଗୁଣମଣି କୁମ୍ଭାର ସକ୍ରିୟ ଅଂଶଗ୍ରହଣ କରିଥିଲେ । ପରିଶେଷରେ ଦେବାଶିଷ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି କାର୍ଯ୍ୟକ୍ରମ ଶେଷ କରିଥିଲେ ।

