ପିପିଲି, (୦୮/୧୧) : ଆପ୍ର : କେନାଲ ବ୍ରିଜ୍ ଉପରୁ ଖସିପଡ଼ି ଯୁବକ ନିଖୋଜ । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ପ୍ରତାପ ଶାସନ ସ୍ଥିତ ପୁରୀ କେନାଲ ବ୍ରିଜ ନିକଟରେ ଅଘଟଣ ଘଟିଛି ।
ନିଖୋଜ ଯୁବକ ହେଲେ ବାଳକାଟି ଫାଣ୍ଡି ଅଧୀନ ନାଗପୁର ଗାଁ’ର ସୁନାକର କାଣ୍ଡି । ସୂଚନାନୁସାରେ, ପ୍ରତିଦିନ ଭଳି କଲଭର୍ଟ ଉପରେ ସାଙ୍ଗମାନଙ୍କ ବସିଥିଲେ । ପରେ ଭାରସାମ୍ୟ ହରାଇ ଖସିପଡ଼ିଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ବ୍ରିଜ୍ ଉପରେ ତାଙ୍କ ଗାମୁଛା ଓ ଚପଲ ରହିଛି । ସେପଟେ ଯୁବକଙ୍କୁ ପାଣିକୁ ଠେଲି ଦେଇଥିବା ସନ୍ଦେହ କରାଯାଉଛି ।

