ତୁରେକେଲା, (୨୨/୦୮) : ଆପ୍ର : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକସ୍ତରୀୟ ୧୪ ଓ ୧୭ ବର୍ଷରୁ କମ ହ୍ୟାଣ୍ଡବଲ ଚୟନ ଶିବିର ପିଏମ୍-ଶ୍ରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଚଟୁଆନକା ଠାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଚୟନ ପ୍ରକ୍ରିୟାରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୧୪ ବର୍ଷରୁ କମ୍ ଏବଂ ୧୭ ବର୍ଷରୁ କମ୍ ଉଭୟ ବାଳକ ଓ ବାଳିକା ବିଭାଗର ଅନେକ ଖେଳାଳି ଭାଗ ନେଇଥିଲେ । ଆୟୋଜିତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ତୁରେକେଲା ଏବିଇଓ ଜଗବନ୍ଧୁ ମାଝୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ହିଆଁଲ କ୍ଲଷ୍ଟର ସିଆରସିସି ବିରଞ୍ଚି ନାରାୟଣ ଦାଶ, ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର କୁଅଁର, ଅଶୋକ ତରିଆ, ସମାଜସେବୀ ଥମିର ଛତ୍ରିଆ, ଏସ୍ଏମ୍ସି ସଭାପତି ଚମାର ବଏ ଏବଂ ବିଏସ୍ଏସ୍ଏ ସେକ୍ରେଟାରୀ ଶୁଭେନ୍ଦ୍ର ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ । କ୍ରୀଡା ଶିକ୍ଷକ ଉପେନ୍ଦ୍ର ଚନ୍ଦନ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ ।
ସଭା ପର୍ଯ୍ୟାୟ ପରେ ଆଗତ ଖେଳାଳିମାନଙ୍କୁ ନେଇ ହ୍ୟାଣ୍ଡବଲ ଚୟନ ଶିବିର ଆରମ୍ଭ କରାଯାଇଥିଲା । ଯେଉଁଥିରେ ଖେଳାଳିମାନେ ନିଜର କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ । ଚୟନ ହୋଇଥିବା ଖେଳାଳିମାନେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ବିଏସ୍ଏସ୍ଏ ସେକ୍ରେଟାରୀ ଶ୍ରୀ ମହାନ୍ତି ସୂଚନା ଦେଇଥିଲେ ।ଏହି ଶିବିରରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କ୍ରୀଡା ଶିକ୍ଷକ କୃଷ୍ଣଚନ୍ଦ୍ର ବାରିକ, ରାଜେନ୍ଦ୍ର ସେଠ, ଅମିତ ପାଣିଗ୍ରାହୀ, ସୁଶାନ୍ତ ରାଉତ, ଡିଙ୍ଗର ମାଝୀ, ମନୋଜ ମହାପାତ୍ର, ରାଜେନ୍ଦ୍ର ଧରୁଆ, ପ୍ରଶାନ୍ତ ମେହେର, ହରିବନ୍ଧୁ ମେହେର, ନିକିତା ସେଠ, ଆନନ୍ଦ ମିର୍ଦ୍ଧା ସମେତ ଅନ୍ୟମାନେ ସହଯୋଗ କରିଥିଲେ ।

