Homebreaking newsଡକାୟତି ଯୋଜନା ପଣ୍ଡ , ମାରଣାସ୍ତ୍ର ସହ କାର ଜବତ: ୩ ଡକାୟତ ଗିରଫ

ଡକାୟତି ଯୋଜନା ପଣ୍ଡ , ମାରଣାସ୍ତ୍ର ସହ କାର ଜବତ: ୩ ଡକାୟତ ଗିରଫ

ସୁବର୍ଣ୍ଣପୁର ,(୧୧/୦୮): ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ଏକ ଗୋଷ୍ଠୀ ଉପରେ ଚଢ଼ାଉ କରି ପୁଲିସ ୩ ଜଣଙ୍କୁ ଗିରଫ କରିବା ସହ ଏକ ଧଳା ରଙ୍ଗର ହ୍ୟୁଣ୍ଡାଇ ଭେନ୍ୟୁ କାର ନମ୍ୱର ଓଡି ୦୨ ଡିକେ ୬୩୭୩ (Hyundai Venue Car No. OD -02-DK 6373) ଓ ମାରଣାସ୍ତ୍ର ଜବତ କରିଛି। ଘଟଣାସ୍ଥଳରୁ ଆଉ ୨ ଜଣ ଡକାୟତ ଫେରାର ହୋଇଯାଇଥିବା ଜଣାପଡ଼ିଛି l

ସୂଚନା ରୁ ପ୍ରକାଶ ଯେ ରବିବାର ଏହି ଜିଲ୍ଲା ତରଭା ଥାନା ର ଏସ ଆଇ ପ୍ରସନ୍ନଜିତ ବେହେରା ଓ ଅନ୍ୟ ପୁଲିସ କର୍ମଚାରୀ ଙ୍କ ସହିତ ତରଭା ଥାନା ଅଞ୍ଚଳ ରେ ପେଟ୍ରୋଲିଙ୍ଗ ଡ୍ୟୁଟି ରେ ନିୟୋଜିତ ଥିଲେ l ନିକଟରେ କିଛି ସନ୍ଦିଗ୍ଧ ବ୍ୟକ୍ତି ଏକ ଧଳା ରଙ୍ଗର ରେ ଏକତ୍ରିତ ହୋଇଛନ୍ତି ଏବଂ ସେମାନଙ୍କ ନିକଟରେ ମରଣାସ୍ତ୍ର ଥିବା ପୁଲିସ ସୂଚନା ପାଇଥିଲା l ଶିବତଲା – ଖାରୀ ରାସ୍ତାରେ ଯାତାୟାତ କରୁଥିବା ଯାତ୍ରୀ ଓ ଡ୍ରାଇଭର ମାନଙ୍କୁ ଡକାୟତି କରିବା ଯୋଜନା ରେ ଥିଲେ l ସୂଚନା ପାଇ ପୁଲିସ ତିନିଜଣ ଡକାୟତ ଙ୍କୁ ଗିରଫ କରିଥିବା ବେଳେ ଦୁଇ ଜଣ ଫେରାର ହୋଇଯାଇଥିବା ସୂଚନା ମିଳିଛି l ଗିରଫ ଅଭିଯୁକ୍ତ ମାନେ ହେଲେ ଭୁବନେଶ୍ୱର ଧଉଳି ଥାନା ଅନ୍ତର୍ଗତ ଶିଶୁପାଲଗଡ଼ ର ପୁଷ୍ପା @ ପି. ରାମଲୁ ରାଓ (୨୫), ଢେଙ୍କାନାଳ ବାଜିଚୌକ ( ବର୍ତ୍ତମାନ ଠିକଣା – ଭୁବନେଶ୍ୱର ବୁଦ୍ଧ ନଗର ସ୍ଥିତ କଦଳୀ ଗୋଦାମ ) ର ପ୍ରତ୍ୟୁଷ ପ୍ରିୟାଂଶୁ ନାଏକ (୨୦) ଓ ଏହି ତରଭା ଥାନା ଅନ୍ତର୍ଗତ ଶିବତଲା ଗ୍ରାମର ରାଜେଶ ରଞ୍ଜନ ନାଏକ (୨୪) l ଏମାନଙ୍କ ଠାରୁ ଗୋଟିଏ ଉକ୍ତ କାର , ଗୋଟିଏ ଭୁଜାଲି, ଗୋଟିଏ ଛୁରୀ, ଗୋଟିଏ ଲୁହା ପାଇପ, ଗୋଟିଏ ଲଙ୍କା ଗୁଣ୍ଡ ପ୍ୟାକେଟ, ତିନୋଟି କଳା ରଙ୍ଗର ମାସ୍କ, ଗୋଟିଏ ଦଉଡି ଓ ଦୁଇଟି ବାଡ଼ି ପୁଲିସ ଜବତ କରିଛି ପୋଲିସ l

ଏ ନେଇ ପୁଲିସ ତରଭା ଥାନା ରେ କେସ ନମ୍ବର ୨୯୪/୨୬ ରେ ଏକ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ପି. ରାମଲୁ ରାଓ ଭୁବନେଶ୍ୱର ର ଜଣାଶୁଣା ଅପରାଧୀ ଏବଂ ତାର ବିରୋଧ ରେ ଭୁବନେଶ୍ୱର ୟୁପିଡି (UPD) ଅଞ୍ଚଳ ର ବିଭିନ୍ନ ଥାନା ଯଥା ବଡ଼ଗଡ଼, ଖଣ୍ଡଗିରି, ଭରତପୁର, କ୍ୟାପିଟାଲ ଥାନାରେ ଅନେକ ମାମଲା ରହିଥିବା ବେଳେ ଅନ୍ୟତମ ଅଭିଯୁକ୍ତ ପ୍ରତ୍ୟୁଷ ପ୍ରିୟାଂଶୁ ନାଏକ ନାମରେ ଭୁବନେଶ୍ୱର ଲଷ୍ମୀସାଗର, ବଡ଼ଗଡ଼ ଓ ଢେଙ୍କାନାଳ ଟାଉନ ଥାନା ରେ ଏକାଧିକ ମାମଲା ରହିଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି l ଏ ନେଇ ଜିଲ୍ଲା ପୁଲିସ ମୁଖ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ବିଳନୀ ରେ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ସୂଚନା ଦେଇଛନ୍ତି l

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments