ସୁବର୍ଣ୍ଣପୁର, (୦୩/୧୦) : ଆପ୍ର : ସୁବର୍ଣ୍ଣପୁର ୬୫ ତମ ସାହାଣୀ କପ୍ ଫୁଟବଲ୍ ଜୋନ୍ ର ଗ୍ରାଣ୍ଡ ଫାଇନାଲ ମ୍ୟାଚ ରେ କଟକ ଓ ବରଗଡ ଦଳ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଖେଳ ହୋଇଥିଲା ।
ଶେଷ ମୁହୂର୍ତ୍ତ ରେ ୮୮ ମିନିଟ୍ ରେ କଟକ ଦଳ ର ୧୮ ନମ୍ୱର ଜର୍ସି ବିଜୟ ବେହେରା ଗୋଲ ସ୍କୋର କରି ଦଳ କୁ ସାହାଣୀ କପ୍ ଫୁଟବଲ୍ ଜୋନ୍ ଚାମ୍ପିଅନ କରାଇବାରେ ସକ୍ଷମ ହୋଇ ଥିଲେ । ଫାଇନାଲ ମ୍ୟାଚରେ ରେ ମ୍ୟାନ ଅଫ୍ ଦି ମ୍ୟାଚ୍ ଭାବେ ବିବେଚିତ ହୋଇ ଅତିଥି ଙ୍କ ଠାରୁ ପୁରସ୍କୃତ ହୋଇଥିଲେ । ଏହି ଭବ୍ୟ ଉଦ୍ଦଯାପନୀ ଉତ୍ସଵରେ ମୁଖ୍ୟ ଅତିଥି ଭାବରେ ବୀରମହାରାଜପୁର ବିଧାୟକ ଈଂ ରଘୁନାଥ ଜଗଦଲା, ସମ୍ମାନିତ ଅତିଥି ଭାବରେ ପୁର୍ବତନ ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ, ଏସପି ନାରାୟଣ ନାୟକ, ଏଡିଏମ୍ ଅଞଳିନା ପଧାନ, ଓଡ଼ିଶା ଅଲମ୍ପିକ୍ସ ଏସୋ ସିଏସନ୍ ର ପ୍ରାକ୍ତନ ଉପ ସଭାପତି ଶତୃଘ୍ନ ସିଂହ, ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର, କ୍ରୀଡା ସଂଘ ସହ ସମ୍ପାଦକ ନନ୍ଦ କିଶୋର ତ୍ରିପାଠୀ, ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ବୀରମହାରାଜପୁର ବ୍ଲକ୍ ଉପାଧ୍ୟକ୍ଷ ନାରାୟଣ ଲୁହା , ପ୍ରାକ୍ତନ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, ଜିଲ୍ଲା ପରିଷଦ ସଦସ୍ୟ ମଧୁସୁଦନଓତା, ରାଜ୍ୟ ବିଜେଡି ଯୁବ ନେତା ଅମୀୟ ରଞ୍ଜନ ଦାଶ, ପ୍ରାକ୍ତନ ପୌର ଅଧ୍ୟକ୍ଷ କଇରୁ ସ୍ୱାଇଁ, ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ, ଗୋବିନ୍ଦ ମହାରଣା, ଜିଲ୍ଲା କ୍ରିକେଟ୍ ସଂଘ ସଭାପତି ରାମ ଶଙ୍କର ସାହୁ, ସଂମ୍ପାଦକ ପ୍ରଦୀପ ସେଠୀ ଯୋଗ ଦେଇ ଉପ ବିଜେତା ଦଳ ବରଗଡ଼ ଓ ବିଜେତା ଦଳ କଟକ କୁ ଟ୍ରଫି ଓ ସମ୍ୱର୍ଦ୍ଧିତ କରିଥିଲେ ।
୧ ତାରିଖ ମ୍ୟାଚ୍ ର ମ୍ୟାନ ଅଫ ଦି ମ୍ୟାଚ ଦୀନବନ୍ଧୁ ଦାସ ଙ୍କୁ ପୁରଷ୍କୃତ କରା ଯାଇଥିବା ବେଳେ ଫାଓ ର ମ୍ୟାଚ୍ କମିସନର ନବୀନ ନାୟକ, ସିଲେକ୍ଟର ଅମରେନ୍ଦ୍ର ସିଂହ, ରମେଶ ଚନ୍ଦ୍ର ମଲ୍ଲିକ ଙ୍କୁ ସମ୍ବର୍ଧିତ କରାଯାଇଥିଲା । ଫାଓ ର ସମସ୍ତ ରେଫରି ଙ୍କୁ ସମ୍ବର୍ଧିତ କରା ଯାଇଥିବା ବେଳେ ପଡ଼ିଆ ସାଜସଜ୍ଜା ସ୍ୱଚ୍ଛତା ଓ ପ୍ରସ୍ତୁତି ପାଇଁ ପୌର କର୍ମଚାରୀ ମହେଶ୍ୱର ସୁନାଙ୍କୁ ଟିମ ର ସମସ୍ତ ସଦସ୍ୟ ଙ୍କୁ ସମ୍ବର୍ଧିତ କରାଯାଇଥିଲା । ସୃଜନ ନାଗ ୟୁଟୁଭର ଡାଇରେକ୍ଟର ରାକେଶ ନାଗ ଙ୍କୁ ୟୁଟୁଭର ସାଇନିଙ୍ଗ ଷ୍ଟାର ନିର୍ଦେଶକ, ଓ କଣ୍ଟେଣ୍ଟ କ୍ରିଏଟର ସୋସିଆଲ ମିଡିଆ ପ୍ରଜ୍ଞାସିଶ ଖଟୁଆ, ସୋହମ୍ ସାହୁ, ସ୍ୱାଗତ ମେହେର, ରାମଧୂନ କ୍ଳବ୍ ଭିଡିଓ ଗ୍ରାଫର ଅଙ୍କିତ ଦାଶ ଓ ବେଷ୍ଟ ଭୋଲେଣ୍ଟି ଅର ଅନିଲ ସାହୁ, ଦୁଃଖୀରାମ ତାଣ୍ଡି (ଚାପ) ଙ୍କୁ ସମ୍ବର୍ଧିତ କରାଯାଇଥିବା ବେଳେ ସହଯୋଗୀ ଅଫିସିଆଲ୍ ଭାବେ ସଞ୍ଜୟ ସାହୁ, ମଞ୍ଚ ପରିଚାଳନା , ଅତିଥି ସ୍ୱାଗତ ଓ ଉଦ୍ଘୋଷଜ ଭାବେ ଅଧ୍ୟାପକ ମଦନ ସୁନ୍ଦର ଖେତି ଓ ମନୋରଞ୍ଜନ ତ୍ରିପାଠୀ ଙ୍କୁ ସମ୍ବର୍ଧିତ କରାଯାଇଥିଲା ।
ପରାମର୍ଶ ଦାତା ଓ ସହଯୋଗୀ ଗୋବିନ୍ଦ ମହାରଣା, ରାଜ କିଶୋର ତ୍ରିପାଠୀ, ମହାଦେବ ମଲ୍ଲିକ ଙ୍କୁ ସମ୍ବର୍ଧିତ କରା ଯାଇଥିବା ବେଳେ ଜିଲ୍ଲା କ୍ରୀଡା ସଂଘ ର କିଛି ସକ୍ରିୟ ସଦସ୍ୟ ଓ ପ୍ରତ୍ୟକ୍ଷ ତତ୍ୱା ବଧାନ ରେ ଅୟୋଜନ କରିଥିବା କ୍ରୀଡା ସଂଘ ର ସଂମ୍ପାଦକ ପିୟୁଷ ପଣ୍ତା ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରି ଯାଇ ଅତିଥି ମାନେ ଭୂୟସୀ ପ୍ରଶଂସା କରିଥିଲେ । କ୍ରୀଡା ସଂଘ ଉପ ସଭାପତି ଚିତ୍ତ ରଞ୍ଜନ ତରା ସିଆ ପୁରସ୍କାର ବିତରଣୀ ଉତ୍ସବ ର ସଭା ପରିଚାଳନା କରିଥିବା ବେଳେ ସାମ୍ୱାଦିକ ମନୋରଞ୍ଜନ ତ୍ରିପାଠୀ ଓ ଅଧ୍ୟାପକ ମଦନ ସୁନ୍ଦର ଖେତି ଓ ଦିଗାମ୍ବର ଶତପଥୀ ଖେଳ ର ପ୍ରତ୍ୟକ୍ଷ ଧାରା ବିବରଣୀ ପ୍ରଦାନ କରିଥିଲେ । ସାହାରା ଟ୍ରଷ୍ଟ ହାଇସ୍କୁଲ ଛାତ୍ର ଛାତ୍ରୀ ଙ୍କ ବ୍ୟାଣ୍ଡ ଦଳ ର ଦେଶାତ୍ମବୋଧକ ସଙ୍ଗୀତ ଧୂନ୍ ଓ ବିଜୁ ପଟ୍ଟନାୟକ ଯୁକ୍ତ ଦୁଇ କଲେଜ୍ ର ଛାତ୍ରୀ ଙ୍କ ଦ୍ଵାରା ସମସ୍ତ ଅତିଥି ଖେଳାଳି ଓ ଅଫିସିଆଲ୍ସ୍ ଙ୍କୁ ପଡ଼ିଆ ରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରା ଯାଇଥିଲା ।

