Homecrimeଉଲୁଣ୍ଡା ବ୍ଲକ ର ରସ୍କା ରାସ୍ତା ନାମରେ ଅର୍ଥ ଆତ୍ମସାତ ଘଟଣା : ତତ୍କାଳୀନ ଏଇଇ,...

ଉଲୁଣ୍ଡା ବ୍ଲକ ର ରସ୍କା ରାସ୍ତା ନାମରେ ଅର୍ଥ ଆତ୍ମସାତ ଘଟଣା : ତତ୍କାଳୀନ ଏଇଇ, ଜେଇ ଙ୍କ ସମେତ ୪ ଅଧିକାରୀ ନିଲମ୍ବିତ

ସୁବର୍ଣ୍ଣପୁର, (୨୨/୦୮) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ରସ୍କା ଗ୍ରାମ ପଞ୍ଚାୟତରେ ଏମଜିଏନଆରଇଜିଏସ କାମରେ ବ୍ୟାପକ ଦୁର୍ନୀତି ହୋଇଥିଲା ।

କେବଳ କାଗଜ ପତ୍ର ରେ ରାସ୍ତା ନିର୍ମାଣ ଦର୍ଶାଯାଇ ସରକାରଙ୍କ ଅର୍ଥ ହଡଫ ହୋଇଥିଲା । ପ୍ରମାଣ ମିଳିବା ପରେ ରାଜ୍ୟ ସରକାର ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ) ,କନିଷ୍ଟ ଯନ୍ତ୍ରୀ (ଜେଇ), ପିଇଓ , ଏଡିଇଓ ଙ୍କୁ ନିଲମ୍ବନ କରିଥିବା ଜଣାପଡ଼ିଛି । ପ୍ରକାଶ ଥାଉକି ଯେ , ଗୋଟିଏ ରାସ୍ତା ପାଇଁ ଦୁଇଟି ନାଁ ରେ କର୍ଯ୍ୟା ଦେଶ ବାହାର କରାଯାଇ ଗ୍ରାମ୍ୟ ରାସ୍ତା ନିର୍ମାଣ ନ କରି ପ୍ରାୟ ୧୩ ଲକ୍ଷ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଥିଲା ।

ଏହି ବିଷୟରେ କେନ୍ଦ୍ର ସରକାରଙ୍କ ପଞ୍ଚାୟତି ରାଜ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ସରକାରଙ୍କ ନିର୍ଦ୍ଦେଶ ପରେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଟିମ୍ ସହ ଗତ ୧୩ ତାରିଖ ଦିନ କ୍ଷେତ୍ରୀୟ ତଦନ୍ତ କରିଥିଲେ । ଆବଶ୍ୟକ କାଗଜାତ ଦେଖିବା ପରେ ଜିଲ୍ଲାପାଳ ଡ଼ ସାହୁ ୪ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲେ । ତେଣୁ ରାଜ୍ୟ ସରକାର ସେତେବଳେ ଦାୟିତ୍ୱରେ ଥିବା ୪ ଅଧିକାରୀଙ୍କୁ ନିଲମ୍ବନ କରିଥିବା ଜଣାପଡ଼ିଛି ।

ଉକ୍ତ ରସ୍କା ଗ୍ରାମ ପଞ୍ଚାୟତ ପକ୍ଷରୁ ୨୦୨୨ – ୨୩ ଆର୍ଥିକ ବର୍ଷରେ ଖପୁରିପୁର ଠାରୁ ରାଜନଗର ପଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଏମଜିଏନଆରଇଜିଏସ ରେ ୪ ଲକ୍ଷ ୯୨୩ ଟଙ୍କା ଖର୍ଚ୍ଚ ହୋଇଥିଲା । ସେହିପରି ଉଲୁଣ୍ଡା ବ୍ଲକ ପକ୍ଷରୁ ୨୦୨୩ – ୨୪ ଆର୍ଥିକ ବର୍ଷରେ ଖପୁରୀପୁର ଠାରୁ ବଇମାନଟିକିରା ରାସ୍ତା ନିର୍ମାଣ ନାମରେ ପ୍ରାୟ ୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ।

ତେବେ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ , ଖପୁରିପୁର ଠାରୁ ରାଜନଗର ଓ ଖପୁରିପୁର ଠାରୁ ବଇମାନଟିକିରା ଦର୍ଶାଯାଇଥିବା ରାସ୍ତା ଗୋଟିଏ । ମାତ୍ର ୨ଟି କାର୍ଯ୍ୟାଦେଶ ରେ ୧୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଉକ୍ତ ସ୍ଥାନରେ କିଛି ବର୍ଷ ଭିତରେ ଆଦୌ ରାସ୍ତା ନିର୍ମାଣ ହୋଇ ନ ଥିବା ଓ ସୂଚନା ଫଳକ ମଧ୍ୟ ନ ଥିବା ତଦନ୍ତରୁ ମଧ୍ୟ ଜଣାପଡିଥିଲା । ନିକଟରେ ଭିଜିଲାନ୍ସ ବିଭାଗ ତରଫରୁ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments