ଜଗତସିଂହପୁର, (୦୪/୦୯) : ଆପ୍ର : ରାତି ପାହିଲେ ଗୁରୁ ପୂଜନ ହୋଇଥାନ୍ତେ, ଗୁରି ଦିବସ ଅବ୍ୟବହିତ ପୁରରୁ ଚାଲିଗଲା ଗୁରୁଙ୍କ ଜୀବନ । ହମ୍ସ ହେଲା କାଳ ।
ଜଗତସିଂହପୁର ଜିଲ୍ଲା କଟକ -ପାରାଦ୍ଵୀପ ରାସ୍ତା ବର୍ତ୍ତି ଛକ ନିକଟରେ ମର୍ମନ୍ତୁକ ଦୁର୍ଘଟଣା । ବାଇକ୍ ଆରୋହୀଙ୍କୁ ଧକ୍କା ଦେଲା ହାଇୱା ଟ୍ରକ୍ । ମୃତକ ହେଲେ ଏରଡଙ୍ଗା ପଞ୍ଚାୟତର ଚତୃଭୂଜ ନାୟକ । ସେ ସିଦ୍ଧେଶ୍ୱରୀ କ୍ଲଷ୍ଟର ର ସିଆରସିସି ଥିଲେ । ଦେଉଳସାହି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଭାବେ କାର୍ଯ୍ୟ ମଧ୍ୟ କରୁଥିଲେ । ଘଟଣାରୁ ପ୍ରକାଶ, ଆଜି ଅପରାହ୍ନ ସମୟରେ ଏକ ବାଇକ୍ ଯୋଗେ ସେ କଟକରୁ ଘରକୁ ଫେରୁଥିବା ସମୟରେ ବର୍ତ୍ତି ଛକ ନିକଟ ହମ୍ପସ ପାଖରେ ଭାରସାମ୍ୟ ହରାଇ ରାସ୍ତା ଉପରକୁ ପଡ଼ିଯାଇଥିବା ବେଳେ ପାରାଦୀପ ଆଡୁ ଆସୁଥିବା ହଇୱା ସମ୍ମୁଖରେ ଛିଟିକି ପଡ଼ିଥିଲେ । ଫଳରେ ଟ୍ରକ୍ ଚକା ତାଙ୍କ ଉପରେ ଚଢ଼ି ଯାଇଥିବା ବେଳେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଏବଂ ତାଙ୍କ ସହ ବାଇକରେ ଥିବା ଆଉଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ରଘୁନାଥ ପୁର ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

