କୁକୁଡ଼ା ଦାନା ଆଳରେ ଗଞ୍ଜେଇ ଚାଲାଣ, ମାଡ଼ି ବସିଲା `STF ଟିମ୍

Date:

Share post:

ଭୁବନେଶ୍ୱର, (୧୩/୦୬) : ଆପ୍ର : କୁକୁଡ଼ା ଦାନା ଆଳରେ ଗଞ୍ଜେଇ ଚାଲାଣ । ଅବକାରୀ ଓ ପୋଲିସକୁ ଚକମା ଦେଇ ଦୀର୍ଘ ବର୍ଷେ ହେବ ଚଳାଇଥିଲେ କାରବାର ।

ଶେଷରେ ବିଶେଷ ସୂତ୍ରରୁ ଖବର ପାଇ ମାଫିଆଙ୍କୁ ଧରିଛି ଏସ୍ ଟିଏଫ୍ ଟିମ୍ । କନ୍ଧମାଳରୁ ଭୁବନେଶ୍ୱର ଦେଇ ଗଞ୍ଜେଇ ଚାଲାଣ ବେଳେ ଅନ୍ଧାରୁଆ ରାସ୍ତାରୁ ଜବତ କରାଯାଇଛି ଗଞ୍ଜେଇ । ମାମଲାରେ ଦୁଇଜଣଙ୍କୁ ଗିରଫ କରିଛି ଏସଟିଏଫ୍ । ସେମାନେ ହେଲେ ବୌଦ୍ଧ ଅଞ୍ଚଳର ଜଗଦିଶ ବେହେରା ଓ ସଂଜିତ ଥାଟି । ପ୍ରାୟ ବର୍ଷେ ହେବ ଏମାନେ ୨୦କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ କାରବାର କରିଛନ୍ତି । ଅଭିଯୁକ୍ତମାନେ ଏକ ଅଟୋ ଯୋଗେ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ କନ୍ଧମାଳରୁ ଭୁବନେଶ୍ବର ଦେଇ ଚୋରା ଚାଲାଣ କରୁଥିଲେ । ଚନ୍ଦକା ଦେଇ ଅନ୍ଧାରୁଆ ରାସ୍ତାରେ ଅଟୋଟି ଯାଉଥିବା ବେଳେ ସେମାନଙ୍କୁ ମାଡ଼ି ବସିଥିଲା `STF ଟିମ୍ ।

LEAVE A REPLY

Please enter your comment!
Please enter your name here

spot_img

Related articles

ଜୁନ୍ ୧୯ରେ ଶୀତଳ ଷଷ୍ଠୀ ଯାତ୍ରା, ବଲାଙ୍ଗିରରେ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (୧୩/୦୬) : ଆପ୍ର : ଆଉ କେଇଟା ଦିନ ପରେ ଅନୁଷ୍ଠିତ ହେବ ପବିତ୍ର ଶୀତଳ ଷଷ୍ଠୀ ଯାତ୍ରା । ମା' ପାର୍ବତୀ...

ବିନିକା ମାରୱାଡି ଯୁବାମଞ୍ଚ ପକ୍ଷରୁ ରକ୍ତଦାନ ଶିବିର : ୫୯ ୟୁନିଟ ରକ୍ତ ସଂଗ୍ରହ

ସୁବର୍ଣ୍ଣପୁର, (୧୨/୦୬) : ଆପ୍ର : ଓଡ଼ିଶା ପ୍ରାନ୍ତୀୟ ମାରୱାଡି ଯୁବା ମଞ୍ଚ ଙ୍କ ନିର୍ଦ୍ଦେଶ କ୍ରମେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ମାରୱାଡି ୟୁବା...

ଗଛରେ ପିଟି ହେଲା ବାଇକ, ଜଣେ ମୃତ , ଦୁଇ ଗୁରୁତର

ରାଇକିଆ, (୧୩/୦୬) : ଆପ୍ର : କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଚାଞ୍ଜେଡି ଛକରେ ଏକ ଗଛରେ ପିଟି ହୋଇ ଜଣେ ଯୁବକର...

ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ୯ଜଣ ନାବାଳିକା ଉଦ୍ଧାର

ନବରଙ୍ଗପୁର, (୧୩/୦୬) : ଆପ୍ର : ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ୯ଜଣ ନାବାଳିକାକୁ ଉଦ୍ଧାର କଲା ପୋଲିସ । ନବରଙ୍ଗପୁର...