Homelocalଆଉ ଦୁଇ ଦିନ ପରେ ଓଡ଼ିଶାରେ ବାତ୍ୟା ପ୍ରଭାବ, ୭ ଜିଲ୍ଲାକୁ ଅରେଞ୍ଜ ଓ ୧୧...

ଆଉ ଦୁଇ ଦିନ ପରେ ଓଡ଼ିଶାରେ ବାତ୍ୟା ପ୍ରଭାବ, ୭ ଜିଲ୍ଲାକୁ ଅରେଞ୍ଜ ଓ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର, (୨୫/୧୦) : ଆପ୍ର : ବାତ୍ୟା ପ୍ରଭାବରେ ୨୬ ତାରିଖରୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିପାରେ ।

ଝଟକା ପବନର ବେଗ ୯୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ । ଉପକୂଳ ନିକଟକୁ ଆସିବା ସହ ବାତ୍ୟା ଆହୁରି ଶକ୍ତିଶାଳୀ ହେବାର ଆଶଙ୍କା ମଧ୍ୟ ରହିଛି । ବିଶେଷକରି ୨୮ ତାରିଖରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ । ୨୭ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଓଡ଼ିଶାର ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଉପକୂଳ ଓ ଦକ୍ଷିଣ ଓଡ଼ିଶାର ୧୧ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୨୮ରେ ବଢିବ ବର୍ଷାର ପରିମାଣ । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୫ ଜିଲ୍ଲା ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗତପତି ଓ ଗଞ୍ଜାମକୁ ରେଡ ୱାର୍ଣ୍ଣିଂ ଜାରି ହୋଇଛି । ଏହି ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ୨୮ରୁ ୨୯ ତାରିଖ ପର୍ଯ୍ୟନ୍ତ ବିପଦପୂର୍ଣ୍ଣ ସମୁଦ୍ର ଅଞ୍ଚଳକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments