Homelocalଆଜି ପବିତ୍ର ଗଜଲକ୍ଷ୍ମୀ ପୂଜା, ଧରାପୃଷ୍ଠକୁ ଅବତରଣ କରିବେ ମା’

ଆଜି ପବିତ୍ର ଗଜଲକ୍ଷ୍ମୀ ପୂଜା, ଧରାପୃଷ୍ଠକୁ ଅବତରଣ କରିବେ ମା’

ଭୁବନେଶ୍ୱର, (୨୫/୧୦) : ଆପ୍ର : ଆଜି ପବିତ୍ର ଗଜଲକ୍ଷ୍ମୀ ପୂଜା । ଧରାପୃଷ୍ଠକୁ ଅବତରଣ କରିବେ ମା’ ଗଜଲକ୍ଷ୍ମୀ । ଓଡ଼ିଶାର ପ୍ରସିଦ୍ଧ ପୂଜା ସ୍ଥଳରେ ଉତ୍ସବ ବହୁ ଆଡ଼ମ୍ବର ସହକାରେ ଆରମ୍ଭ ହେଉଛି ।

ଢେଙ୍କାନାଳ ଓ କେନ୍ଦ୍ରାପଡ଼ାରେ ଜୋରଦାର ପ୍ରସ୍ତୁତି । ଚଳିତ ବର୍ଷ ଢେଙ୍କାନାଳରେ ପ୍ରାୟ ୪୧ଟି ପୂଜା ମଣ୍ଡପରେ ମା’ଙ୍କ ଆରାଧନା କରାଯାଉଛି । ଆଲୋକମାଳାରେ ଝଲସୁଛି ମଣ୍ଡପ । ପାରମ୍ପରିକ କପଡ଼ା ତୋରଣ, ରଙ୍ଗାରଙ୍ଗ ମୀନା ବଜାର ଏବଂ କୈବଲ୍ୟ ବଜାର ଓ ଦେଉଳସାହି ଭଳି ମଣ୍ଡପରେ ଚାନ୍ଦି ମେଢ଼ ଏହାର ମୁଖ୍ୟ ଆକର୍ଷଣ। ସେହିଭଳି ଭୁବନେଶ୍ୱର ପଟିଆରେ ଚଳିତ ବର୍ଷ ଏଠାରେ ମା’ ଲକ୍ଷ୍ମୀଙ୍କର ଏକ ୮୦ ଫୁଟ ଉଚ୍ଚର ବିଶାଳ ମୂର୍ତ୍ତି ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ମୀନା ବଜାରର ଆୟୋଜନ କରାଯାଇଛି, ଯାହା ୭ ଦିନ ପର୍ଯ୍ୟନ୍ତ ଚାଲିବ । ଗଜଲକ୍ଷ୍ମୀ ସ୍ୱରୂପରେ ମା’ଙ୍କ ଦୁଇ ପାର୍ଶ୍ୱରେ ଦୁଇଟି ହାତୀ ଅଭିଷେକ କରୁଥିବା ଦେଖିବାକୁ ମିଳେ । ଏହା ଧନ, ସମୃଦ୍ଧି ଓ ଧାନ୍ୟର ପ୍ରତୀକ । ମା’ଙ୍କ ପାଖରେ ମୁଖ୍ୟତଃ ଖଇ, ଗୁଡ଼, କଦଳୀ ଏବଂ ନଡ଼ିଆ କୋରା ଆଦି ଭୋଗ ଲଗାଯାଏ । ଆଜି ପବିତ୍ର କୁମାର ପୂର୍ଣ୍ଣିମା ହୋଇଥିବାରୁ କୁମାରୀମାନେ ଜହ୍ନ ଓଷା କରନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments