ଭୁବନେଶ୍ବର, (୦୯/୧୧) : ଆପ୍ର : ଶୈଳଶ୍ରୀ ବିହାରରେ ଅଗ୍ନିକାଣ୍ଡ । ଅଗ୍ନିଶମ ବାହିନୀ ଦ୍ୱାରା ୩ ଗୁରୁତର ଉଦ୍ଧାର । ରାଜଧାନୀରେ ବଡ଼ ଅଘଟଣରୁ ବର୍ତ୍ତିଲେ ବୃଦ୍ଧ ଦମ୍ପତି ଓ ମହିଳା ।
ଶୈଳଶ୍ରୀ ବିହାରହାଉସିଂ ବୋର୍ଡ କଲୋନି VIM୨୯୯ରେ ଲାଗିଲା ନିଆଁ । ଧୂଆଁ ଭିତରେ ଫସିଲେ ମହିଳା । ଏକ ମହଲା କୋଠା ଘରେ ନିଆଁ ଲାଗିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଖେଳିଥିଲା ଭୟ । ଅଗ୍ନିଶମ ଟିମକୁ ଫୋନ୍ ପରେ ତୁରନ୍ତ ଉଦ୍ଧାର କରିଥିଲେ । ନିଆଁ ଲିଭାଇବା ସହ ଉଦ୍ଧାର କଲା ଅଗ୍ନିଶମ ଟିମ୍ । ଦୁଇ ଜଣ ୮୦ବର୍ଷର ସିନିୟର୍ ବୟସ୍କଙ୍କ ସହ ରହୁଥିଲେ ମହିଳା । ଘର ଖୋଲି ନପାରି ଫସିଥିଲେ । ଶେଷରେ ଉଦ୍ଧାର କଲା ଅଗ୍ନିଶମ ଟିମ୍ । କିଚେନରୁ ନିଆଁ ବ୍ୟାପି ଘର ସାରା ଧୂଆଁ ହୋଇଯାଇଥିଲା । ନିଆଁ ଲାଗି ଚେମିନିରେ ନିଆଁ ବ୍ୟାପି ଯାଇଥିଲା। ଘର ଲୋକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି ।

