Homelocalଭାରତମାଲା ଓ ପୂର୍ତ୍ତ ବିଭାଗ ସମନ୍ବୟର ଅଭାବ ; ଦୁର୍ଦ୍ଦଶା ଭୋଗୁଛନ୍ତି ସାଧାରଣ ଜନତା

ଭାରତମାଲା ଓ ପୂର୍ତ୍ତ ବିଭାଗ ସମନ୍ବୟର ଅଭାବ ; ଦୁର୍ଦ୍ଦଶା ଭୋଗୁଛନ୍ତି ସାଧାରଣ ଜନତା

ବୋରିଗୁମ୍ମା, (୫/୧୦) : ଆପ୍ର : ବୋରିଗୁମ୍ମା ଠାରୁ ବି.ସିଂହପୁର ଛକ ଦେଇ ତରାଭଟ୍ଟା ପର୍ଯ୍ୟନ୍ତ ପ୍ରାୟ ୨୨ କି.ମି. ରାସ୍ତା, ଯାହାକି ରାସ୍ତା ଓ ଗୃହ ନିର୍ମାଣ ବିଭାଗ (R&B)ଅଧୀନରେ ଥିବା ବେଳେ ଏହାର ରକ୍ଷଣାବେକ୍ଷଣ ଓ ମରାମତି ପ୍ରତି ବିଭାଗର କୌଣସି ଆନ୍ତରିକତା ନ ଥିବା ପରିଲକ୍ଷିତ ହେଉଛି ।

ଗତ ପ୍ରାୟ ୨ ବର୍ଷ ହେବ ଏହି ରାସ୍ତାର ବାଘଭଦ୍ରା ଓ କେରାପୁଟ ଗ୍ରାମ ମଧ୍ୟରେ ଭାରତ ମାଲା ଓଭର ବ୍ରିଜ୍ ନିକଟରେ ରାସ୍ତା ଦୟନୀୟ ଅବସ୍ଥାରେ ଅଛି ।ଏକାଧିକ ଦୁର୍ଘଟଣା ମଧ୍ୟ ଘଟିଲାଣି । ଗତ ୨୦୨୪-୨୫ ଓ ୨୦୨୫-୨୬ ଆର୍ଥିକ ବର୍ଷରେ ପ୍ରାୟ ୯୩୫ଟି କାମ ୫ ଲକ୍ଷ ଟଙ୍କାରୁ କମ ଅଟକଳ ମୂଲ୍ୟ ରଖି ବିଭିନ୍ନ ମହିଳା ଓ ପୁରୁଷ ଠିକାଦାରଙ୍କୁ ଦିଆଯାଇଛି । କିନ୍ତୁ ଭାରତ ମାଲା ରାସ୍ତା ଭାରତୀୟ ଜାତୀୟ ରାଜପଥ ସଂସ୍ଥାନ ଦ୍ଵାରା ସମ୍ପନ୍ନ ହେବାକୁ ଥିବାବେଳେ ତାହା ପୂର୍ତ୍ତ ବିଭାଗ ରାସ୍ତାକୁ କେରାପୁଟ ଓ ବାଘଭଦ୍ରା ଗ୍ରାମ ମଧ୍ୟରେ ଅତିକ୍ରମ କରୁଛି । କିନ୍ତୁ ଏଠାରେ ପ୍ରାୟ ୧୦୦ ମିଟର ରାସ୍ତାରେ କେବଳ ମେଟାଲ ଓ ପଥର ଗୁଣ୍ଡ ବିଛାଇ ପିଚୁ ନ ଢ଼ାଳି ଛାଡି ଦିଆଯାଇଛି । ଫଳ ସ୍ୱରୂପ ଦୈନିକ ହଜାର ହଜାର ଯାନ ବାହନ ଅସୁବିଧାର ସମ୍ମୁଖୀନ ହେବା ସହ ଏକାଧିକ ଦୁର୍ଘଟଣା ମଧ୍ୟ ଘଟିଲାଣି ।ଉକ୍ତ ରାସ୍ତାକୁ ଭାରତମାଳା କର୍ତ୍ତୃପକ୍ଷ କିମ୍ବା ରାସ୍ତା ଓ ଗୃହ ନିର୍ମାଣ ବିଭାଗ କେହି ମଧ୍ୟ ମରାମତି କରୁ ନାହାନ୍ତି ।ତେଣୁ ଦୈନିକ ଶହ ଶହ ଶିକ୍ଷକ, ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ସ୍କୁଲ, ଅଙ୍ଗନବାଡି ଛାତ୍ରୀଛାତ୍ର ତଥା ଆମ୍ବୁଲାନ୍ସ୍ ଇତ୍ୟାଦି ଯାତାୟାତ ରେ ଅସୁବିଧା ସୃଷ୍ଟି ହେଉଛି ।

ପ୍ରକାଶ ଥାଉକି, ବୋରିଗୁମ୍ମା ବି.ସିଂହପୁର ରାସ୍ତା କାମ କରିଥିବା ଠିକା ସଂସ୍ଥାର ମେଣ୍ଟେନାନ୍ସ ପିରିଅଡ ସମାପ୍ତ ହୋଇନଥିବା ସତ୍ତ୍ୱେ ନୂତନ ଠିକାଦାରଙ୍କୁ ଛୋଟ ଛୋଟ କାମରେ ବିଭକ୍ତ କରି (work split ) କରି ଏହି ବିଭାଗରେ ଗତ ୨ ବର୍ଷ ମଧ୍ୟରେ ୯୩୫ଟି ବିଭିନ୍ନ ମରାମତି କାମ ଦିଆଯାଇଛି । କିନ୍ତୁ ଏହି ସ୍ଥାନର ମରାମତି ପାଇଁ ସଂପୃକ୍ତ ଯନ୍ତ୍ରୀ ମାନେ ନିଜର ବୁଦ୍ଧି ବିବେକ ଖର୍ଚ୍ଚ କରିବାକୁ ଆଗ୍ରହ ପ୍ରକାଶ କରି ନାହାନ୍ତି । ସୂଚନା ଅଧିକାର ବଳରେ ତଥ୍ଯ ମାଗିଲେ ସୂଚନା ବାବଦ ଖର୍ଚ୍ଚର ୨ ଗୁଣ ଟଙ୍କା ଦାବି କରୁଛନ୍ତି , ଟଙ୍କା ପଇଠ କଲା ପରେ ପୁଣି ଫେରାଉଛନ୍ତି । ସୂଚନା ପ୍ରମାଣୀକୃତ ନକଲ ନ ଦେଇ ଜେରକ୍ସ୍ କପି ଦେଉଛନ୍ତି । ଫଳରେ ଜନ ସାଧାରଣ ଅଭିଯୋଗ କିମ୍ବା ଆଇନ ଅଦାଲତର ଆଶ୍ରୟ ନେବାରୁ ବଞ୍ଚିତ ହେଉଛନ୍ତି, ଫଳରେ ଜନ ସାଧାରଣଙ୍କ ମନରେ ଆକ୍ରୋଶ ଓ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments