ବିନିକା, (୧୨/୧୧) : ଆପ୍ର : ସାରା ରାଜ୍ୟରେ ଶୀତର ପ୍ରଭାବ । ସୁବର୍ଣ୍ଣପୁର ବିନିକାରେ ପହିଲି ଶୀତ । ଶୀତ ସହ ଘନ କୁହୁଡ଼ି । କୁହୁଡ଼ି ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହେଉଛି ।
ଲୋକମାନେ ଗାଡ଼ି ଲାଇଟ ଲଗାଇ ଯିବାଆସିବା କରୁଛନ୍ତି । ପହିଲି ଶୀତ ଓ କୁହୁଡ଼ିକୁ ଉପଭୋଗ କରୁଛନ୍ତି ଜିଲ୍ଲାବାସୀ । ଅନ୍ୟପଟେ ଶୀତର ଏହି ପ୍ରଥମ ଅନୁଭୂତିକୁ ମନଭରି ଉପଭୋଗ କରୁଛନ୍ତି ବିନିକାବାସୀ । ସକାଳର ଶୀତୁଆ ପବନ ଓ କୁହୁଡ଼ିଭରା ପରିବେଶ ଲୋକଙ୍କ ମନରେ ଆଣିଛି ନୂଆ ଉତ୍ସାହ । କେହି କେହି ସକାଳୁ ଘରୁ ବାହାରି ଶୀତର ମଜା ନେଉଥିବା ବେଳେ ଆଉ କେହି କୁହୁଡ଼ିର ମନୋରମ ଦୃଶ୍ୟକୁ ଉପଭୋଗ କରୁଛନ୍ତି ।
ଶୀତ ଋତୁର ଆଗମନ ସହ ବିନିକା ଅଞ୍ଚଳରେ ପାଗରେ ଏଭଳି ପରିବର୍ତ୍ତନ ସ୍ଥାନୀୟ ଲୋକଙ୍କୁ ଶୀତର ଆଗମନର ସ୍ପଷ୍ଟ ସଙ୍କେତ ଦେଇଛି । ଆଗକୁ ଶୀତର ପ୍ରକୋପ କେତେ ବଢ଼ିବ ଏବଂ କୁହୁଡ଼ିର ପ୍ରଭାବ କେତେ ଦିନ ରହିବ, ତାହା ଉପରେ ଏବେ ନଜର ରହିଛି । ଘନ କୁହୁଡ଼ି ସମୟରେ ଗାଡ଼ି ଚଳାଇବା ବେଳେ ଧୀର ଗତିରେ ଯାତାୟାତ କରିବା ସହ ହେଡ୍ଲାଇଟ୍ ଜଳାଇ ଯିବାକୁ ପରାମର୍ଶ ଦିଆଯାଉଛି ।

