Homelocalଯାଜପୁର ଗୋପାଳପୁର ଗାଁ'ରେ ଅଘଟଣ, ଗାଧୋଇବାକୁ ଯାଇ ବ୍ରାହ୍ମଣୀ ନଦୀରେ ବୁଡି ଛାତ୍ର ନିଖୋଜ

ଯାଜପୁର ଗୋପାଳପୁର ଗାଁ’ରେ ଅଘଟଣ, ଗାଧୋଇବାକୁ ଯାଇ ବ୍ରାହ୍ମଣୀ ନଦୀରେ ବୁଡି ଛାତ୍ର ନିଖୋଜ

ଯାଜପୁର, (୧୮/୧୦) : ଆପ୍ର : ଗାଧୋଇବାକୁ ଯାଇ ବ୍ରାହ୍ମଣୀ ନଦୀରେ ବୁଡି ଛାତ୍ର ନିଖୋଜ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଗୋପାଳପୁର ଗାଁ’ରେ ଅଘଟଣ ।

ନିଖୋଜ ଛାତ୍ର ଗୁରୁ ଚରଣ ବେହେରାଙ୍କ ପୁଅ ହରିହର ବେହେରା । ସେ ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ର ବୋଲି ଜଣାପଡିଛି । ଆଜି ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ହଠାତ ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରିବାରେ ବିଫଳ ହେବା ପରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ତେବେ ଏଯାଏଁ ନିଖୋଜ ହରିହରଙ୍କ କୌଣସି ସନ୍ଧାନ ମିଳିନି । ଏପଟେ ଖବର ପାଇ ଘଟଣାସ୍ଥଳରେ କୁଆଖିଆ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments