Homebreaking newsଶ୍ରାବଣରେ ଚାଲିଛି ଭଲ ବେପାର, କ୍ଷୀର ଗାଡ଼ିରେ ମଦ, କାଉଡ଼ିଆ ବେଶରେ ଗଞ୍ଜେଇ ଚାଲାଣ

ଶ୍ରାବଣରେ ଚାଲିଛି ଭଲ ବେପାର, କ୍ଷୀର ଗାଡ଼ିରେ ମଦ, କାଉଡ଼ିଆ ବେଶରେ ଗଞ୍ଜେଇ ଚାଲାଣ

ଭୁବନେଶ୍ୱର, (୦୮/୦୮) : ଆପ୍ର : କ୍ଷୀର ଗାଡ଼ିରେ ମଦ ଚାଲାଣ । ଭୁବନେଶ୍ୱରରୁ ଧରାପଡ଼ିଲା କ୍ଷୀର ଗାଡ଼ି । ଟାଟା ଏସିରେ ଦେଶୀ ମଦ ଚାଲାଣ ବେଳେ ଧରିଲା ଅବକାରୀ ମୋବାଇଲ୍ ୟୁନିଟ ।

ଭୁବନେଶ୍ୱରରୁ ଅବକାରୀ ଟିମର ସଫଳତା । ପୋଲିସ ଓ ଅବକାରୀ ବିଭାଗକୁ ଚକମା ଦେଇ ମିଲ୍କ ଭ୍ୟାନରେ ଯାଉଥିଲା ଦେଶୀ ମଦ। ଜାଭିୟର ଛକରୁ ଚାଲାଣ ବେଳେ ଧରାପଡ଼ିଲା । ଅଭିଯୁକ୍ତ ସେକ ଇସମାଇଲ ଖାନକୁ କାବୁ କଲା ଟିମ୍। ଗାଡ଼ିରେ ମିଲ୍କ ଡେଲିଭେରି ଆଳରେ ଚାଲୁଥିଲା କାରବାର । ଏନେଇ ପିଛା କରୁଥିଲା ଅବକାରୀ ଟିମ୍ । ପଟିଆ ଆଡ଼କୁ ଯିବା ବେଳେ ଧରିଥିଲା ଅବକାରୀ ମୋବାଇଲ୍ ୟୁନିଟ । ସେହିପରି କାଉଡ଼ିଆ ବେଶରେ ଗଞ୍ଜେଇ ବେପାର ହେଉଥିଲା ।

ଗେରୁଆ ବସ୍ତ୍ର ପିନ୍ଧି କାରରେ କରୁଥିଲେ ଗଞ୍ଜେଇ ଚାଲାଣ କରାଯାଉଥିଲା । କନ୍ଧମାଳ ଫିରିଙ୍ଗିଆ ଅଞ୍ଚଳରୁ ବିଶେଷ ସୂତ୍ରରୁ ଖବର ପାଇ ସଦର ଥାନା ପୋଲିସ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ସଙ୍କିକଟାମାଲରେ ପୋଲିସ କାରକୁ ଅଟକାଇ ଯାଞ୍ଚ୍ କରିଥିଲେ । ଯାଞ୍ଚ୍ ବେଳେ ଗାଡି ଭିତରୁ ୬୦ କେଜି ଗଞ୍ଜେଇ ଜବତ କରି ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଦୁଇ ଅଭିଯୁକ୍ତ ଉତ୍ତରପ୍ରଦେଶ ବାରବାଙ୍କି ଜିଲ୍ଲାର ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments