ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍, ବାଇକକୁ ଧକ୍କା ଦେଲା ଟ୍ରକ; ଜଣେ ମୃତ, ୨ ଗୁରୁତର

Date:

Share post:

ଭୁବନେଶ୍ୱର, (୩୦/୦୫) : ଆପ୍ର : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍ । ଜଣେ ମୃତ, ୨ ଗୁରୁତର । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

ବାଇକରେ ଯାଉଥିବା ତିନି ଆରୋହୀଙ୍କୁ ପଛପଟୁ ଏକ ଦ୍ରୁତଗାମୀ କାର ଧକ୍କା ଦେଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ ତିନି ଜଣ ଗୁରୁତର ହେଇଥିଲେ । ଆହତଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ କାର ଚାଳକ ଗାଡ଼ି ସହ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଘଟଣାର ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଫେରାର କାର୍ ଓ ଚାଳକଙ୍କୁ ଚିହ୍ନଟ କରିବା ପାଇଁ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି ପୋଲିସ ।

ସେହିପରି ଗତକିଛି ଦିନ ତଳେ କଟକ-ପୁରୀ ବାଇପାସ୍ ରାସ୍ତାର ପାଣ୍ଡରା ନିକଟରେ ହିଟ୍ ଆଣ୍ଡ ରନ୍ ଘଟିଥିଲା । ଯାତ୍ରୀବାହୀ ଅଟୋକୁ ପଛରୁ ଧକ୍କା ଦେଇଥିଲା ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ । ଦୁର୍ଘଟଣା ପରେ ଅମାନିଆ ଚାଳକ ପ୍ରାୟ ୫୦ରୁ ୬୦ ମିଟର ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଘୋଷାଡ଼ି ନେଇଥିଲା । ଏହାପରେ ଅଟୋଟି ଭାରସାମ୍ୟ ହରାଇ ଏନ.ଏଚ୍ ତଳକୁ ଖସି ଦୋକାନ ଭିତରକୁ ପଶିଯାଇଥିଲା ।

LEAVE A REPLY

Please enter your comment!
Please enter your name here

spot_img

Related articles

NEET ପାଇଁ ବାୟୋମେଟ୍ରିକ୍ ବାଧ୍ୟତାମୂଳକ, ପୁନଃପରୀକ୍ଷାକୁ ସ୍ୱଚ୍ଛ ଓ ନକଲ-ମୁକ୍ତ କରିବା ପାଇଁ NTAର ଗାଇଡ୍ ଲାଇନ୍

ନୂଆଦିଲ୍ଲୀ, (୧୯/୦୬) : ଆପ୍ର : NEET ପାଇଁ ବାୟୋମେଟ୍ରିକ୍ ବାଧ୍ୟତାମୂଳକ ! । ପରୀକ୍ଷା ହଲ୍ କୁ ଯିବା ପୂର୍ବରୁ ହେବ ବାୟୋମେଟ୍ରିକ୍...

ଫୁଡ୍ ବିଜନେସ୍ କରୁଥିବା ଲୋକଙ୍କ ପାଇଁ FSSAI ର ନୂଆ ନିୟମ, କଳଙ୍କୀ ଛୁରି ବ୍ୟବହାର ମନା

ନୂଆଦିଲ୍ଲୀ, (୧୯/୦୬) : ଆପ୍ର : ରେଷ୍ଟୁରାଣ୍ଟ, ହୋଟେଲ, ଢାବା ଏବଂ ଫୁଡ୍ ଫ୍ୟାକ୍ଟ୍ରିରେ ଖାଇବା କ୍ବାଲିଟିକୁ ନେଇ ନିୟମ କଡ଼ା ବୋକୁ ଯାଉଛି...

ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାଣି ସଙ୍କଟର ଉତ୍କଟ ରୂପ ଧାରଣ

ବେଲପଡ଼ା, (୧୯/୦୬) : ଆପ୍ର : ଗ୍ରୀଷ୍ମ ପ୍ରବାହ ବଢ଼ିବା ସହିତ ପାଣି ସଙ୍କଟ ମଧ୍ୟ ଉତ୍କଟ ରୂପ ଧାରଣ କରିଛି । ବଲାଙ୍ଗିର ଜିଲ୍ଲା...

ପୂର୍ବ ଶତ୍ରୁତା ନେଲା ଜୀବନ; ଘରେ ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ହତ୍ୟା, ଅଭିଯୁକ୍ତ ଅଟକ

ବରଗଡ଼, (୧୯/୦୬) : ଆପ୍ର : ପୂର୍ବ ଶତ୍ରୁତାର ଭୟଙ୍କର ପରିଣତି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ଅନ୍ତର୍ଗତ ତୁର୍ଲା...