ରେଢାଖୋଲ, (୧୬/୦୮) : ଆପ୍ର : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହର ନିକଟ ଦଳଖମଣ ବ୍ରିଜ୍ ଉପରେ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରେଲର-ଟ୍ରକ ମୁହାଁମୁହିଁ ଧକ୍କା ।
ଉଭୟ ଗାଡ଼ିର ଡ୍ରାଇଭର ଗୁରୁତର। ସମ୍ବଲପୁର ରେଢାଖୋଲ ସହର ନିକଟ ଦଳଖମଣ ବ୍ରିଜ୍ ଉପରେ ଦୁର୍ଘଟଣା ଘଟିଛି । ସମ୍ବଲପୁରରୁ ଏକ କୋଇଲା ବୋଝେଇ ଟ୍ରକ ଅନୁଗୋଳ ଯାଉଥିବା ବେଳେ ଏକ ଲୁହା ବୋଝେଇ ଟ୍ରେଲର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ଉଭୟ ଗାଡିର ଡ୍ରାଇଭର ଗୁରୁତର ହୋଇଛନ୍ତି । ସେମାନଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ଯୋଗୁ ଉଭୟ ପାର୍ଶ୍ବରେ ଗାଡି ଅଟକି ରହିଛି । ଦୁର୍ଘଟଣା ପରେ ବ୍ରିଜ୍ ଉପରେ ଉଭୟ ପାର୍ଶ୍ୱରେ ଗାଡ଼ି ଅଟକି ରହିବାରୁ ଯାତାୟାତ ପ୍ରଭାବିତ ହୋଇଛି । ରାସ୍ତାରେ ଦୀର୍ଘ ସମୟ ଧରି ଗାଡ଼ି ଅଟକି ରହିବାରୁ ଯାତ୍ରୀ ଓ ଅନ୍ୟ ଗାଡ଼ି ଚାଳକମାନେ ଅସୁବିଧାରେ ପଡ଼ିଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଦୁର୍ଘଟଣାର କାରଣ ଓ ପରିସ୍ଥିତି ନେଇ ତଦନ୍ତ ଆରମ୍ଭ କରିଛି । ରାସ୍ତାରୁ ଦୁର୍ଘଟଣାଗ୍ରସ୍ତ ଗାଡ଼ି ହଟାଇ ଯାତାୟାତ ସ୍ୱାଭାବିକ କରିବାକୁ ଉଦ୍ୟମ ଜାରି ରହିଛି ।

