Homelocalମୁରିବାହାଲ ପୋଲିସ ପକ୍ଷରୁ ନିଶାମୁକ୍ତ ଅଭିଯାନ, ଛାତ୍ରଛାତ୍ରୀଙ୍କୁ ସଚେତନ

ମୁରିବାହାଲ ପୋଲିସ ପକ୍ଷରୁ ନିଶାମୁକ୍ତ ଅଭିଯାନ, ଛାତ୍ରଛାତ୍ରୀଙ୍କୁ ସଚେତନ

ମୁରିବାହାଲ, (୩୧/୦୮) : ଆପ୍ର : ଓଡ଼ିଶାକୁ ନିଶାମୁକ୍ତ କରିବା ଲକ୍ଷ୍ୟରେ ମୁରିବାହାଲ ପୋଲିସ ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ନିଶାମୁକ୍ତି ସଚେତନତା କାର୍ଯ୍ୟକ୍ରମ ଓ ଅଭିଯାନ ଆୟୋଜିତ ହୋଇଛି ।WhatsApp Image 2026 09 01 at 13.02.19

ଥାନା ଅଧିକାରୀ ବୁଲୁ ମୁଣ୍ଡାଙ୍କ ନେତୃତ୍ୱରେ ମୁରିବାହାଲ ପଞ୍ଚାୟତ ସମିତି ମହାବିଦ୍ୟାଳୟ, ହଲଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ହଲଦୀ ବୀର ସୁରେନ୍ଦ୍ର ସାଏ ମହାବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଯୋଗଦେଇ ନିଶା ସେବନର କୁପ୍ରଭାବ ସମ୍ପର୍କରେ ସଚେତନ ହୋଇଥିଲେ । ନିଶାମୁକ୍ତ ସମାଜ ଗଠନ ସହ ଜିଲ୍ଲା, ରାଜ୍ୟ ଓ ଦେଶକୁ ନିଶାମୁକ୍ତ କରିବା ପାଇଁ ଛାତ୍ରଛାତ୍ରୀମାନେ ଶପଥ ନେଇଥିଲେ। ଯୁବପିଢିଙ୍କୁ ନିଶାଠାରୁ ଦୂରେଇ ରଖିବା ସହ ନିଶା ବିରୋଧୀ ସଚେତନତା ସୃଷ୍ଟି ପାଇଁ ପୋଲିସ ପକ୍ଷରୁ ଆହ୍ୱାନ କରାଯାଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments