Homeaccidentପୂଜା ଦେଖି ଫେରିବା ବାଟରେ ଛକିଥିଲା ମୃତ୍ୟୁ! ମଦ୍ୟପଙ୍କ ଗାଡ଼ି ଧକ୍କାରେ ଯୁବତୀ ମୃତ

ପୂଜା ଦେଖି ଫେରିବା ବାଟରେ ଛକିଥିଲା ମୃତ୍ୟୁ! ମଦ୍ୟପଙ୍କ ଗାଡ଼ି ଧକ୍କାରେ ଯୁବତୀ ମୃତ

ଅନୁଗୁଳ, (୨୩/୧୧) : ଆପ୍ର : ବିଭିନ୍ନ ସ୍ଥାନରେ ଦୁର୍ଘଟଣାରେ ଗଲା ୪ ଜୀବନ । ଅନୁଗୋଳ ମହିଧରପୁର କାର୍ତ୍ତିକେଶ୍ୱର ପୂଜା ଦେଖି ଚାଲି ଚାଲି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲେ ୨ ମଦ୍ୟପ ଆରୋହୀ ।

ଜଣେ ଯୁବତୀ ମୃତ, ଅନ୍ୟ ଜଣେ ଯୁବତୀ ଗୁରୁତର ଆହତ । ମହିଧରପୁର ସେରେଣାବେଡ଼ା ରାସ୍ତାରେ ଘଟିଛି ଅଘଟଣ । ମୃତ ଯୁବତୀ ଜଣଙ୍କ ଅନୁଗୋଳ ଉପକଣ୍ଠ ନୂଆସାହି ଗାଁର ବୋଲି ଜଣାପଡ଼ିଛି ।ସେହିପରି ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ୨୨୦ନମ୍ବର ଜାତୀୟ ରାଜପଥର ପାଣ୍ଠ ନିକଟରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁଇ ବାଇକ ଆରହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ମିଳିପାରି ନାହିଁ । ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣା ଘଟିବା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ୨୨୦ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

ସେପଟେ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଗୁନେଇପଡା ଗାଁ ନିକଟରେ ଘନ କୁହୁଡ଼ି ଯୋଗୁ ଦୁଇ ବାଇକ୍ ମଧ୍ୟରେ ଧକ୍କା । ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । କୁହୁଡ଼ି ଯୋଗୁଁ ରାସ୍ତା ଠିକ୍ ଭାବେ ଦେଖାଯାଉନଥିବାରୁ ଏଭଳି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି । ଆଦିବାସୀଙ୍କ ପାରମ୍ପରିକ ପରବ ଓ ପୋଢମରା ଯାତ୍ରା ଦେଖିବାକୁ ଆସିଥିଲେ ସମସ୍ତେ । ଗୁରୁତରଙ୍କୁ ପ୍ରଥମେ ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ଗୁରୁତର ଆହତଙ୍କୁ ଉନ୍ନତ ଚିକିତ୍ସା ପାଇଁ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments