ଅନୁଗୁଳ, (୨୩/୦୭) : ଆପ୍ର : ଯାତ୍ରୀବାହୀ ବସକୁ ଧକ୍କା ଦେଲା ହାଇୱା । ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଜେରେଙ୍ଗ ଗାଁ ଭାଗିରଥିପୁର ଠାରେ ଯାତ୍ରୀବାହୀ ବସକୁ ଧକ୍କା ଦେଲା ହାଇୱା ।
ଏଥିରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଓଏସଆରଟିସି ଏକ ବସ୍ । ବସ୍ରେ ଥିବା ୫ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । OSRTC ବସ ଛେଣ୍ଡିପଦାରୁ ଆଠମଲ୍ଲିକ ଅଞ୍ଚଳକୁ ଯାଉଥିଲା । ଭାଗିରଥିପୁର ଛକ ଠାରେ ଯାତ୍ରୀ ଉଠାଇବା ବେଳେ ପଛରୁ ଆସୁଥିବା ଏକ ହାଇୱା ବସକୁ ଧକ୍କା ଦେଇଥିଲା । ଯାହା ଫଳରେ ୫ ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଘଟଣା ପରେ ସ୍ଥାନୀୟ ଲୋକେ ହାଇୱା ଚାଳକଙ୍କୁ ଅଟକ ରଖିଛନ୍ତି । ଖବର ପାଇ ଜରପଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଆମ୍ବୁଲାନ୍ସ ଏବଂ ପୋଲିସ ଗାଡି ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଦୁର୍ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

