ପୁରୀ, (୦୮/୧୧) : ଆପ୍ର : ଆଜି ପବିତ୍ର ଦୀପାବଳି ବା ପୟାଶ୍ରାଦ୍ଧ । ଏହି ଅବସରରେ ଶ୍ରୀକ୍ଷେତ୍ର ରେ ପ୍ରବଳ ଭକ୍ତ ଙ୍କ ଭିଡ ।
କାର୍ତ୍ତିକ କୃଷ୍ଣ ଅମାବାସ୍ୟା ତିଥିରେ ପୟା ଶ୍ରାଦ୍ଧ ଦେବାକୁ ଶ୍ରୀକ୍ଷେତ୍ରରେ ଜମିଛି ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ । କାଉଁରିଆ ଜାଳି ଓ,ଦୀପଦାନ କରି ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଉଛନ୍ତି ଶ୍ରଦ୍ଧାଳୁ । ବଡ ବଡୁଆ ହୋ ଅନ୍ଧାରେ ଆସି ଆଲୋକ ଯାଅ…ଗଙ୍ଗା ଯାଅ,ଗୟା ଯାଅ,ବାଇଶି ପାହାଚେ ଗଡୁଥାଅ । ଏଭଳି କହି ପିତୃପୁରୁଷଙ୍କୁ ଆଲୋକ ବର୍ତ୍ତିକା ବା କାଉଁରିଆ ଦେଖାଇବାର ପରମ୍ପରା ରହିଛି । ପୟା ଶ୍ରାଦ୍ଧ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇ ୬ ପ୍ଲାଟୁନ୍ ପୁଲିସ ଫୋର୍ସ, ୪୦ ଜଣ ହୋମଗାର୍ଡ, ୨୦ ଜଣ ସବ୍-ଇନ୍ସପେକ୍ଟର ବା ଏସ ଆଇ, ୧୦ ଜଣ ଇନ୍ସପେକ୍ଟର, ୩ ଜଣ DSP ଏବଂ ୨ ଜଣ ଆଡିସନାଲ SP ଙ୍କୁ ନିୟୋଜିତ କରାଯାଇଛି ।

