କେନ୍ଦ୍ରାପଡା, (୧୭/୧୧) : ଆପ୍ର : ଚେନ ଲୁଟେରାଙ୍କୁ ନିସ୍ତୁକ ମାଡ଼ । ଜଣେ ମହିଳାଙ୍କ ବେକରୁ ଚେନ୍ ଛିନତାଇ ବେଳେ ଧରିଲେ ଲୋକେ ।
ଧରାପଡ଼ିବା ପରେ ନିସ୍ତୁକ ମାଡ଼ ଖାଇଲେ ଦୁଇ ଲୁଟେରା। କେନ୍ଦ୍ରାପଡା ସଦର ଥାନା ଦଣ୍ଡାମୁଣ୍ଡ ଛକରେ ଧରାପଡ଼ିଛନ୍ତି ୨ ଲୁଟେରା । ସୁୁଜାନଗରର ନମିତା ପାଣି ଓ ତାଙ୍କ ସ୍ୱାମୀ ବାଇକରେ ଯାଉଥିବା ବେଳେ ପଛରୁ କଳା ପଲସର ଦୁଇ ଲୁଟେରା ଆସି ତାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଥିଲେ । ତେବେ ନମିତା ଜଣେ ଲୁଟେରାଙ୍କ ହାତକୁ ଧରିପକାଇବାରୁ ସେ ବାଇକରୁ ଖସି ପଡ଼ିଥିଲେ । ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯିବା ସହ ଲୁଟେରାଙ୍କୁ କାବୁ କରି ପ୍ରବଳ ମାଡ଼ ମାରିଥିଲେ । ଦୁଇ ଲୁଟେରାଙ୍କ ଘର ଯାଜପୁରୁ ମୁଣ୍ଡମାଳ ଅଞ୍ଚଳରେ ବୋଲି ଜଣାପଡ଼ିଛି । ସେପଟେ ଚେନ୍ ଛିଣ୍ଡାଇବା ବେଳେ ବାଇକରୁ ଖସି ମହିଳା ମଧ୍ୟ ଆହତ ହୋଇଛନ୍ତି ।

