Homelocalଘର ବାଡ଼ିରେ ବିରାଟକାୟ ଅଜଗର, ଉଦ୍ଧାର କଲା ବନ ବିଭାଗ

ଘର ବାଡ଼ିରେ ବିରାଟକାୟ ଅଜଗର, ଉଦ୍ଧାର କଲା ବନ ବିଭାଗ

ମହାକାଳପଡ଼ା, (୧୪/୧୦) : ଆପ୍ର : ବିରାଟକାୟ ଅଜଗର ଉଦ୍ଧାର । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ବତୀଘର ସଂରକ୍ଷିତ ଜଙ୍ଗଲ ନିକଟ ଉତ୍ତର ଖୋଳା ଗାଁରୁ ୧୫ ଫୁଟ ଲମ୍ବର ଅଜଗର ଉଦ୍ଧାର କରାଯାଇଛି ।

ବିଳମ୍ବିତ ରାତିରେ ଗାଁ’ର ମଦନ ସାମନ୍ତଙ୍କ ବାଡ଼ିରୁ ସାପ ଦେଖିବାକୁ ମିଳିଥିଲା । ବନବିଭାଗର ଏକ ଟିମ୍ ପହଂଚି ସାପକୁ ଉଦ୍ଧାର କରିଛନ୍ତି । ସାପକୁ ଉଦ୍ଧାର ପରେ କଂସାର ଡିଆ ଘଞ୍ଚ ସଂରକ୍ଷିତ ଜଙ୍ଗଲରେ ଛଡାଯାଇଛି । ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଗାଁ’ର ମଦନ ସାମନ୍ତଙ୍କ ବାଡ଼ିରେ ଏହି ବିଶାଳ ଅଜଗରକୁ ଦେଖିବାକୁ ମିଳିଥିଲା । ଅଚାନକ ଏତେ ବଡ଼ ସାପକୁ ଦେଖି ପରିବାର ଲୋକେ ଭୟଭୀତ ହୋଇପଡ଼ିଥିଲେ । ପରେ ଏ ସମ୍ପର୍କରେ ବନ ବିଭାଗକୁ ସୂଚନା ଦିଆଯାଇଥିଲା । ଖବର ପାଇ ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ବନ କର୍ମଚାରୀମାନେ ସତର୍କତାର ସହ ଅଜଗରଟିକୁ ଉଦ୍ଧାର କରିଥିଲେ । ସାପଟି ପ୍ରାୟ ୧୫ ଫୁଟ୍ ଲମ୍ବ ହୋଇଥିବାରୁ ଏହାକୁ ଉଦ୍ଧାର କରିବା ସମୟରେ ବିଶେଷ ସାବଧାନତା ଅବଲମ୍ବନ କରାଯାଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments