Homelocalପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଶିମିଳିପାଳ ପ୍ରକୃତିର ମଜା ନେବେ ପର୍ଯ୍ୟଟକ

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଶିମିଳିପାଳ ପ୍ରକୃତିର ମଜା ନେବେ ପର୍ଯ୍ୟଟକ

ବାରିପଦା, (୦୧/୧୧) : ଆପ୍ର : ପର୍ଯ୍ୟଟକଙ୍କ ଅପେକ୍ଷାର ଅନ୍ତ। ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱପ୍ରସିଦ୍ଧ ଶିମିଳିପାଳ ଜାତୀୟ ଉଦ୍ୟାନ ।

ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ, ଘଞ୍ଚ ଜଙ୍ଗଲ, ଝରଣା ଓ ବନ୍ୟଜନ୍ତୁଙ୍କୁ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ। ଏଥିପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଚଳିତ ପର୍ଯ୍ୟଟନ ଋତୁ ପାଇଁ ଶିମିଳିପାଳକୁ ଦୁଇଟି ପ୍ରବେଶ ପଥ ଦେଇ ପର୍ଯ୍ୟଟକଙ୍କୁ ଅନୁମତି ମିଳିବ । ପିଠାବଟା ଗେଟ୍ ଏବଂ ଯଶିପୁରର କାଳିଆଣୀ ଗେଟ୍ ଦେଇ ପର୍ଯ୍ୟଟକମାନେ ଶିମିଳିପାଳ ଭିତରକୁ ପ୍ରବେଶ କରିପାରିବେ ।ତେବେ ଚଳିତ ବର୍ଷ ପର୍ଯ୍ୟଟକଙ୍କ ପାଇଁ କିଛି ନୂଆ ନିୟମ ଲାଗୁ କରାଯାଇଛି । ବିଶେଷକରି ଶିମିଳିପାଳର କୋର୍ ଏରିଆ ମଧ୍ୟରେ ମୋବାଇଲ୍ ଫୋନ୍ ବ୍ୟବହାର ନିଷେଧ କରାଯାଇଛି । ଜଙ୍ଗଲର ପରିବେଶ ଓ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିୟମ କରାଯାଇଥିବା ଜଣାପଡ଼ିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments