Homelocalବାଲିଗୁଡା ରେ ବିଜେଡି ର ଜନ ସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ

ବାଲିଗୁଡା ରେ ବିଜେଡି ର ଜନ ସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ

ବାଲିଗୁଡା, (୧୯/୧୧) : ଆପ୍ର : ବାଲିଗୁଡା ଏନଏସି ରେ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି ।WhatsApp Image 2026 11 19 at 16.31.32

ସ୍ଥାନୀୟ ଗୋଇବନ୍ଧା ବ୍ରିଜ ନିକଟରୁ ବିଜେଡି କର୍ମୀ ବିରାଟ ବାଇକ ରାଲି ରେ ବାହାରି ସହର ପରିକ୍ରମା କରି ଟାଉନ ହଲ ନିକଟରେ ପହଁଚି ଥିଲେ । ବିଜେଡି ସରକାର ସମୟରେ ହୋଇଥିବା ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନା ଗୁଡିକ ଲୋକେ କିପରି ସୁବିଧା ପାଇ ପାରୁ ଥିଲେ ସେ ସମ୍ପର୍କ ରେ ଲୋକଙ୍କୁ ଅବଗତ କରିଥିଲେ ବିଜେଡି ନେତା । ବର୍ତମାନ ଥିବା ବିଜେପି ସରକାର କୁ ନିନ୍ଦା କରିବା ସହିତ ଜନ ବିରୋଧୀ ସରକାର ବୋଲି ଅଭିହିତ କରି ଥିଲେ ବିଜେଡି ନେତୃ ମଣ୍ଡଳୀ ।

ବାଲିଗୁଡା ବ୍ଲକ ବିଜେଡି ସଭାପତି କ୍ଳେଶ ପ୍ରଧାନ ଓ ନଗର ବିଜେଡି ସଭାପତି ଅମିତ କୁମାର ନାୟକ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଶତାଧିକ ଦଳୀୟ କର୍ମୀ ଓ ସମର୍ଥକ ଯୋଗ ଦେଇ ଥିଲେ । ଏହି ପଦଯାତ୍ରା ରେ ଜିଲ୍ଲା ର ପ୍ରମୁଖ ନେତୃ ମଣ୍ଡଳୀ ଯୋଗ ଦେଇ ବିଜେଡି ସଙ୍ଘଠନ କୁ ତୃଣମୂଳ ସ୍ତର ରେ ମଜବୁତ କରିବା ସହିତ ଆଗାମୀ ପଂଚାୟତ ନିର୍ବାଚନ ଓ ପୌର ନିର୍ବାଚନ ରେ ଦଳ କୁ ବିଜୟୀ କରିବାକୁ ଆହ୍ୱାନ ଦେଇଥିଲେ ।

ଏଥିରେ ବିଜେଡି ନିର୍ବାଚନ ମଣ୍ଡଳୀ ସଂଯୋଜକ ତଥା ପୂର୍ବତନ ବିଧାୟକ ରାଜୀବ ପାତ୍ର, ରାଜ୍ୟ ବିଜେଡି ସମ୍ପାଦକ କୈଳାଶ ମୁଖୀ, ଜିଲ୍ଲା ସଭାନେତ୍ରୀ ପୁନମ କହଁର, ବିଜେଡି ଛାତ୍ର ସଭାପତି ସୁନୀଲ ସେଠି, ଜିଲ୍ଲା ସାଧାରଣ ସମ୍ପାଦକ ସୁଧାକର ନାୟକ ବାଲିଗୁଡା ନଗର କାର୍ଯ୍ୟକାରୀ ସଭାପତି ମାନସ ରଞ୍ଜନ ଅମାୟତ, ଯୁବ ସଭାପତି ସୁବ୍ରତ ପ୍ରଧାନୀ, ପ୍ରମୁଖ ସମେତ ବହୁ ଦଳୀୟ ନେତା ଯୋଗ ଦେଇ ଦଳ କୁ ମଜବୁତ ପାଇଁ ପ୍ରୟାସ ପାଇଁ ଗୁରୁତ୍ୱରୋପ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments