Homelocalସୁବର୍ଣ୍ଣପୁର ଜିଲ୍ଲା ବ୍ରାହ୍ମଣ ସମାଜ ଏକତା ମଞ୍ଚ ପକ୍ଷରୁ ରାଷ୍ଟ୍ରପତି ଉଦ୍ଦେଶ୍ୟ ୪ ଦଫା ଦାବିପତ୍ର...

ସୁବର୍ଣ୍ଣପୁର ଜିଲ୍ଲା ବ୍ରାହ୍ମଣ ସମାଜ ଏକତା ମଞ୍ଚ ପକ୍ଷରୁ ରାଷ୍ଟ୍ରପତି ଉଦ୍ଦେଶ୍ୟ ୪ ଦଫା ଦାବିପତ୍ର ପ୍ରଦାନ

ସୁବର୍ଣ୍ଣପୁର, (୧୫/୧୧) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବ୍ରାହ୍ମଣ ସମାଜ ଏକତା ମଞ୍ଚ ପକ୍ଷରୁ ସମାଜରେ ସମାନତା, ନ୍ୟାୟ ଏବଂ ସାମାଜିକ ସଦ୍‌ଭାବନା ବଜାୟ ରଖିବା ଉଦ୍ଦେଶ୍ୟରେ ଏକ ୪ ଦଫା ସମ୍ବଳିତ ଦାବିପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଜରିଆରେ ପ୍ରଦାନ କରାଯାଇଛି ।

ପ୍ରଥମେ ଉଲୁଣ୍ଡା ବ୍ଲକ ମୁଣ୍ଡୋଘାଟସ୍ଥିତ ଧର୍ମଶାଳା ଆଏମ୍‌ସି ମାର୍କେଟ ୟାର୍ଡ଼ ପରିସରରେ ଜିଲ୍ଲା ସ୍ତରୀୟ ବ୍ରାହ୍ମଣ ସମାବେଶ ଓ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା ବେଳେ ନୂତନ ଜିଲ୍ଲା କମିଟି ଗଠନ ସ‌ହ ବିଭିନ୍ନ ପଦପଦବୀ ପାଇଁ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ହଜାର ହଜାର ବ୍ରାହ୍ମଣ ସଭ୍ୟ ଯୋଗ ଦେଇଥିଲେ । ସୋନପୁର ନଗର ସଭାପତି ପଣ୍ଡିତ ମେଡ଼େନ କୁମାର ବିଶିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଡାକ୍ତର ତଥା ପୂର୍ବତନ କୁଳପତି ଡା. ଦତ୍ତେଶ୍ଵର ହୋତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସୋନପୁର ବ୍ଲକ ସଭାପତି ଆଦିତ୍ୟ ପ୍ରସାଦ ମିଶ୍ର, ତରଭା ବ୍ଲକ ସଭାପତି ଗୋପାଳ ଚନ୍ଦ୍ର ମିଶ୍ର, ଏନଏସି ସଭାପତି ଶାନ୍ତନୁ କୁମାର ପଣ୍ଡା, ବିନିକା ବ୍ଲକ ସଭାପତି ସନ୍ତୋଷ କୁମାର ପଣ୍ଡା, ବୀରମହାରାଜପୁର ବ୍ଲକ ସଭାପତି ଅକ୍ଷୟ ମିଶ୍ର, ନଗର ସଭାପତି କିଶୋର କୁମାର ହୋତା, ଉଲୁଣ୍ଡା ବ୍ଲକ ସଭାପତି ପ୍ରଶାନ୍ତ କୁମାର ଶତପଥୀ ଓ ଡୁଙ୍ଗୁରିପାଲି ବ୍ଲକ ସଭାପତି ପଦ୍ମନାଭ ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ ।

ସର୍ବ ସମ୍ମତିକ୍ରମେ ସୁବର୍ଣ୍ଣପୁର ଜିଲ୍ଲା ଉଚ୍ଚଶିକ୍ଷା ବିଭାଗ ପରାମର୍ଶଦାତା ଡ. ପ୍ରଫୁଲ୍ଲ କୁମାର ରଥଙ୍କୁ ଜିଲା ସଭାପତି ଭାବେ ମନୋନୀତ କରାଯାଇଥିବା ବେଳେ ପଦ୍ମଲୋଚନ ମିଶ୍ରଙ୍କୁ କାର୍ଯ୍ୟକାରୀ ସଭାପତି ଓ ଲକ୍ଷ୍ମଣ ପ୍ରସାଦ ପାଣ୍ଡିଆ ଙ୍କୁ ସାଧାରଣ ସମ୍ପାଦକ ଭାବେ ଚୟନ କରାଯାଇଥିଲା । ଏହା ବ୍ୟତୀତ ସନ୍ତୋଷ କୁମାର ପଣ୍ଡା, ଜଗନ୍ନାଥ ଦାସ, ରମେଶ ପ୍ରସାଦ ମିଶ୍ର, ରାମନାରାୟଣ ବେଜ ଓ ସୁବାସ ଚନ୍ଦ୍ର ପଣ୍ଡାଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ଵ ଦିଆଯାଇଛି । ଉପସଭାପତି ଭାବେ କିଶୋର ହୋତା, ନାରାୟଣ ପାଢ଼ୀ, ନରେନ୍ଦ୍ର ଆଚାର୍ଯ୍ୟ, ମାନଭଞ୍ଜନ ବେଦବାଗ, ରାଜୀବ ଲୋଚନ ପଣ୍ଡା, ଶାନ୍ତନୁ ପଣ୍ଡା, ସଦାନନ୍ଦ ପାଣିଗ୍ରାହୀ, ରମେଶ ପଣ୍ଡା ଓ ସନ୍ତୋଷ ପାଣିଗ୍ରାହୀ ମନୋନୀତ ହୋଇଛନ୍ତି ।

ସେହିପରି କୋଷାଧ୍ୟକ୍ଷ ଭାବେ ଆଦିକନ୍ଦ ବାବୁ, ଯୁଗ୍ମ କୋଷାଧ୍ୟକ୍ଷ ଭାବେ ନିରଞ୍ଜନ ତ୍ରିପାଠୀ ଓ ବ୍ରଜଶ୍ୟାମ ପାଣିଗ୍ରାହୀ, ସାଧାରଣ ସମ୍ପାଦକ ଭାବେ ଡ଼. ଦ୍ଵିତୀକୃଷ୍ଣ ପଣ୍ଡା, ସୁରେଶ ମିଶ୍ର ଓ ପିୟୁଷ ପଣ୍ଡା, ସଙ୍ଗଠନ ମହାମନ୍ତ୍ରୀ ଭାବେ ଗୋବିନ୍ଦ ମିଶ୍ର ଓ ବିଶ୍ଵେଶ୍ବର ପାଣିଗ୍ରାହୀ, ସଙ୍ଗଠନ ସମ୍ପାଦକ ଭାବେ ସୁଧାଂଶୁ ଶେଖର ମିଶ୍ର ମନୋନୀତ ହୋଇଛନ୍ତି । ଜିଲ୍ଲା ସଂଯୋଜକ ମୁଖ୍ୟ ଭାବେ ପ୍ରଦୀପ କୁମାର ପୁରୋହିତ, ରାଧେଶ୍ୟାମ ପୁରୋହିତ ଓ ପ୍ରେମରାଜ ପତି, ଜିଲ୍ଲା ସଂଯୋଜକ ଭାବେ ଗୋପାଳ ପାଣିଗ୍ରାହୀ, ମୁଖ୍ୟ ପରାମର୍ଶଦାତା ଭାବେ ଜଷ୍ଟିସ ଚିତ୍ତରଞ୍ଜନ ଦାସ, ଜିଲ୍ଲା ସାଂସ୍କୃତିକ କମିଟି ମୁଖ୍ୟ ଭାବେ ମାନଭଞ୍ଜନ ମିଶ୍ର ଓ ଜିଲ୍ଲା ପର୍ଶୁରାମ ବାହିନୀ ମୁଖ୍ୟ ଭାବେ ଭାରତ ଭୂଷଣ ଦାସ ମନୋନୀତ ହୋଇଛନ୍ତି । ଲକ୍ଷ୍ମଣ ପାଣ୍ଡିଆ ସଭା ପରିଚାଳନା କରିଥିବା ବେଳେ ହେମନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

ପରବର୍ତ୍ତୀ ସମୟରେ ୟୁଜିସି ବିଲ୍ ପ୍ରତ୍ୟାହାର ଦାବିକୁ ନେଇ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ହଜାର ହଜାର ବ୍ରାହ୍ମଣ ଧର୍ମଶାଳା ଛକରୁ ବାହାରି ସୋନପୁର ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା । ସେଠାରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ସତ୍ୟବ୍ରତ ସାହୁଙ୍କ ଜରିଆରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଲ୍ ପ୍ରତ୍ୟାହାର ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ଦାବୀ ପତ୍ରରେ ୟୁ.ଜି.ସି ମାର୍ଗଦର୍ଶିକା ପ୍ରତ୍ୟାହାର, ଏସସି/ଏସଟି ଆଇନର ଦୁରୂପଯୋଗ ରୋକିବା, ଆର୍ଥିକ ଭିତ୍ତିରେ ସଂରକ୍ଷଣ ବ୍ୟବସ୍ଥାର ପୁନର୍ଗଠନ ଓ ସ୍ୱତନ୍ତ୍ର ବ୍ରାହ୍ମଣ କଲ୍ୟାଣ ଆୟୋଗ ଗଠନ ପ୍ରମୁଖ ଦାବୀ ରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments