ସୁବର୍ଣ୍ଣପୁର, (୦୭/୦୯) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି – ରାମପୁର ରାସ୍ତାର ଶ୍ୱଶାନ ଘାଟ ଠାରେ କଫ ସିରପ ଚାଲାଣ ହେଉଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଡୁଙ୍ଗୁରିପାଲି ପୁଲିସ ଚଢ଼ଉ କରିଥିଲା ।
ଏଥିରେ ୩୧ ବୋତଲ କଫ ସିରପ , ବ୍ୟବହୃତ କାର , ବାଇକ ଓ ଦୁଇଟି ମୋବାଇଲ କୁ ଜବତ କରିଥିବା ବେଳେ ୩ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଡୁଙ୍ଗୁରିପାଲି ଶିବାନନ୍ଦ ପଡାର ରିଜେ ସେଠ୍ , ଡୁଙ୍ଗୁରିପାଲି ବ୍ଲକ କଲୋନୀର ସରୋଜ ଥାନାପତି ଓ ବନ୍ଧପାଲି ଗ୍ରାମର ଶାନ୍ତନୁ ଭୁଏ । ଏ ସମ୍ପର୍କରେ ପୁଲିସ ଡୁଙ୍ଗୁରିପାଲି ଥାନା କେସ ନମ୍ବର ୨୧୫/୨୬ ଅନୁସାରେ ଏକ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତମାନଙ୍କ ଜାମିନ ନା ମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।

