ଶିଶୁ ଶ୍ରମ ନିରାକରଣ ଅଭିଯାନ: ସୁବର୍ଣ୍ଣପୁରରେ ୬ କିଶୋର ଶ୍ରମିକ ଉଦ୍ଧାର

Date:

Share post:

ସୁବର୍ଣ୍ଣପୁର, (୨୩/୦୬) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲାରେ ଶିଶୁ ଶ୍ରମ ନିରାକରଣ ଏବଂ ଶିଶୁ ଅଧିକାର ସୁରକ୍ଷା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି), ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ (ଡିସିପିୟୁ), ଚାଇଲ୍ଡଲାଇନ୍ ଏବଂ ପୋଲିସ ପ୍ରଶାସନର ସମନ୍ୱୟରେ ଏକ ଯୁଗ୍ମ ଚଢ଼ାଉ ଓ ଉଦ୍ଧାର ଅଭିଯାନ ଚାଲାଯାଇଥିଲା ।

ଏହି ଅଭିଯାନ ସମୟରେ ଜିଲ୍ଲାର ବିଭିନ୍ନ ଦୋକାନ, ହୋଟେଲ, ଗ୍ୟାରେଜ, ସୁନା ଦୋକାନ ଓ କାର୍ଯ୍ୟଶାଳାରେ ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ମୋଟ ୬ ଜଣ କିଶୋର ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ହୋଇଥିବା ସମସ୍ତ କିଶୋରଙ୍କୁ ପରବର୍ତ୍ତୀ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜିଲ୍ଲା ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି) ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା। ଅଭିଯାନ ଅବସରରେ ଯୁଗ୍ମ ଦଳ ପକ୍ଷରୁ ନିଯୁକ୍ତିଦାତା ଏବଂ ଶ୍ରମିକମାନଙ୍କ ମଧ୍ୟରେ ଶିଶୁ ଶ୍ରମ ନିରାକରଣ ସମ୍ପର୍କିତ ସଚେତନତା ସୃଷ୍ଟି କରାଯାଇଥିଲା। ସେହିପରି ନିଷିଦ୍ଧ ବୃତ୍ତି ଓ ପ୍ରକ୍ରିୟାରେ ଶିଶୁ ଓ କିଶୋରମାନଙ୍କୁ ନିୟୋଜିତ କରିବାର ଆଇନଗତ ପରିଣାମ ଓ ଦଣ୍ଡବିଧାନ ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଯାଇଥିଲା ।

ସମ୍ପୃକ୍ତ ଆଇନ ଓ ନିୟମାବଳୀ ଅନୁଯାୟୀ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ଉଦ୍ଧାର ହୋଇଥିବା କିଶୋରମାନଙ୍କର ପୁନର୍ବାସ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏହି ଉଦ୍ଧାର ଅଭିଯାନରେ ଜିଲ୍ଲା ଶ୍ରମ ଅଧିକାରୀ ଦିବ୍ୟ ଶଙ୍କର ଧରୁଆଙ୍କ ସମେତ ଶ୍ରମ ବିଭାଗର କର୍ମଚାରୀ, କିଶୋର ନ୍ୟାୟ ବୋର୍ଡ ର ସଦସ୍ୟ ରଂଜିତା ସାହୁ, ଶିଶୁ ମଙ୍ଗଳ କମିଟିର ସଦସ୍ୟବୃନ୍ଦ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ଅଧିକାରୀ ଏବଂ ପୋଲିସ ବିଭାଗର କର୍ମଚାରୀମାନେ ସକ୍ରିୟ ଭାବେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

spot_img

Related articles

ବରଗଡ଼ରେ ସରକାରୀ ବ୍ୟବସ୍ଥାର ବିକଳ ଚିତ୍ର: ମିଳିଲାନି ଶବବାହୀ ଗାଡ଼ି, ବାଧ୍ୟ ହୋଇ ସାଇକେଲରେ ଶବ ବୋହିଲେ ପରିବାର ଲୋକ

ବରଗଡ, (୨୬/୦୬) : ଆପ୍ର : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗାଁ'ରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ।...

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା, ୮ ରାଉଣ୍ଡ ଗୁଳି ମାଡ଼

ବାଲେଶ୍ଵର, (୨୬/୦୬) : ଆପ୍ର : ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା । ଗୋଟିଏ କି ଦୁଇଟି ନୁହେଁ ଆଠଟି ଗୁଳି...

ପୁରୀ ସମୁଦ୍ରରେ ଅଘଟଣ, ବୁଡ଼ିଯାଉଥିବା ବେଳେ ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ, (୨୬/୦୬) : ଆପ୍ର : ବୁଡ଼ିଯାଉଥିବା ବେଳେ ପର୍ଯ୍ୟଟକ ଉଦ୍ଧାର । ପୁରୀ ସମୁଦ୍ରରେ ବୁଡ଼ିଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ । କ୍ୟାମେରାରେ...

ମଣ୍ଡିରୁ ଉଠୁନି ଧାନ, ଚିନ୍ତାରେ ଚାଷୀ

ସୁବର୍ଣ୍ଣପୁର, (୨୬/୦୬) : ଆପ୍ର : ମଣ୍ଡିରେ ପଡ଼ିଛି ଧାନ । ଚିନ୍ତାରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଳାପଥର ଅଞ୍ଚଳର ଚାଷୀ । ୧୫ଦିନ...