Homelocalଲିଙ୍ଗିରା ନଈରେ ଗାଧୋଉଥିବା ବେଳେ ଭାସିଗଲେ ନାବାଳକ, ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି

ଲିଙ୍ଗିରା ନଈରେ ଗାଧୋଉଥିବା ବେଳେ ଭାସିଗଲେ ନାବାଳକ, ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି

ଢେଙ୍କାନାଳ, (୦୯/୦୮) : ଆପ୍ର : ଲିଙ୍ଗିରା ନଈରେ ଗାଧୋଉଥିବା ବେଳେ ଭାସିଗଲେ ନାବାଳକ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କଣ୍ଟାବଣିଆ ଥାନା ସରପା ଗାଁରେ ଅଘଟଣ ।

ଘଟଣା ସ୍ଥଳରେ ବୁଢାପଙ୍କ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛି । ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଦୁଦୁରକୋଟ ପଞ୍ଚାୟତ ଅନ୍ତର୍ଗତ ମାନପୁର ଗାଁ’ର ୧୫ ବର୍ଷୀୟ ଦିନେଶ ଗୋଚ୍ଛାୟତ ନିଜ ପିଉସା ଘର ସରପା ଗାଁ’କୁ ବୁଲିବାକୁ ଯାଇଥିଲେ। ତେବେ ଆଜି ଗାଁ ନିକଟରେ ଥିବା ଲିଙ୍ଗରା ଯୋରକୁ ଗାଧୋଇବାକୁ ଯାଇଥିବା ବେଳେ ନଈର ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ଦିନେଶର ଆସିବାରେ ବିଳମ୍ବ ହେବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ । ହେଲେ ଦିନେଶଙ୍କୁ ପାଇନଥିଲେ । ପରେ ପରିବାର ଲୋକ ଏବଂ ଗ୍ରାମବାସୀ ସ୍ଥାନୀୟ ବୁଢାପଙ୍କ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛି । ଏପର୍ଯ୍ୟନ୍ତ ପିଲାଟିର ସନ୍ଧାନ ମିଳିପାରି ନାହିଁ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments