ପୁରୁଷୋତ୍ତମପୁର, (୧୯/୦୯) : ଆପ୍ର : ମୂର୍ତ୍ତୀ ବିସର୍ଜନ ବେଳେ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ ହେଉଥିବାର ଖବର ଆମେ ଶୁଣିଛେ ।
ତେବେ ଏପରି ଏକ ଦୁଃଖଦ ଘଟଣା ଆମ ପୁରୁଷୋତ୍ତମପୁର ବ୍ଳକ ପ୍ରତାପୁର ଋଷିକୁଲ୍ୟା ନଦୀରେ ଦେଖିବାକୁ ମିଳିଛି । ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପୁର ଗ୍ରାମ ନିକଟସ୍ଥ ଋଷିକୂଲ୍ୟା ନଦୀ ତଟରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଏକ ଅଭାବନୀୟ ଅଘଟଣ ଘଟିଯାଇଛି । ମୂର୍ତ୍ତି ବିସର୍ଜନ ସମୟରେ ପାଣିର ସ୍ରୋତରେ ଭାସିଯାଇ ଜଣେ ଯୁବକ ନିଖୋଜ ହୋଇଥିବା ଖବର ମିଳିଛି ।
ନିଖୋଜ ଯୁବକ ଜଣକ ଖଣ୍ଡ ଦେଉଳି ପଞ୍ଚାୟତ ର ଝରକୁଆଲି ଗ୍ରାମର ସୁମିତ କୁମାର ମିଶ୍ର ବୋଲି ଜଣାପଡ଼ିଛି । ସୁମିତ ସ୍ଥାନୀୟ ତାରାତାରିଣୀ ମହାବିଦ୍ୟାଳୟର ଯୁକ୍ତ ତିନି ବିଜ୍ଞାନର ଶେ ବର୍ ଛାତ୍ର । ସୂଚନା ଅନୁସାରେ ପ୍ରତାପୁର ଗ୍ରାମ ନିକଟ ଦେଇ ପ୍ରବାହିତ ଋଷିକୂଲ୍ୟା ନଦୀରେ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଖଣ୍ଡଦେଉଳି ପଞ୍ଚାୟତର ଝରକୁଆଲି ଗ୍ରାମର କିଛି ଯୁବକ ଆସିଥିଲେ । ବିସର୍ଜନ ସମୟରେ ଅସାବଧାନତା ଯୋଗୁଁ ତିନି ଜଣ ନଦୀରେ ବୁଡି ଯାଇଥିଲେ କିନ୍ତୁ ସହଯୋଗୀଙ୍କ ସାହାଯ୍ୟରେ ଦୁଇଜଣଙ୍କୁ ଉଦ୍ଧାର କରାଯାଇଥିଲା ହେଲେ ସୁମିତ ଗଭୀର ଜଳରାଶିକୁ ଚାଲିଯାଇ ନିଖୋଜ ହୋଇଯାଇଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ସୁଦ୍ଧା ସୁମିତଙ୍କର କୌଣସି ପତ୍ତା ମିଳିପାରି ନାହିଁ ।
ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅଭିଯାନ ଜାରି ରଖିଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଏହ ଘଟଣ ଗାଁରେ ପ୍ରଚାରିତ ହେବା ପରେ ଝର କୁଆଳି ଗ୍ରାମରେ ଶୋକର ଛାୟା ଖେଳାଇ ଯାଇଛି । ସବୁ ସମୟରେ ମୂର୍ତ୍ତୀ ବିସର୍ଜନ ବେଳେ ସାବଧାନ ତା ପାଇଁ ପୋଲିସ ଓ ତହସିଲଦାର ସଚେତନତା କରାଉ ଥିଲେ ମଧ୍ୟ ଆଜି କାଲିର ଯୁବକ ମାନେ ଟିକେ ଅସବଧନତା ଯୋଗୁଁ ବହୁ ଦୁର୍ଲଭ ଜୀବନ ଅକାଳରେ ଚାଲି ଯାଉଛି । ତାରାତାରିଣୀ ମହାବିଦ୍ୟାଳୟ ର କିଛି ଶିକ୍ଷକ, ଛାତ୍ର, ଛାତ୍ରୀ ନଦୀ ସ୍ଥଳକୁ ଯାଇ ଦୁଃଖ ପ୍ରକାଶ କରିଛନ୍ତି ।

