Homebreaking newsଓଡିଶା ସାମ୍ବାଦିକ ସଂଘର(oju) ଦାବିପତ୍ର ପ୍ରଦାନ, ସମାଧାନ ନ ହେଲେ ଆନ୍ଦୋଳନ

ଓଡିଶା ସାମ୍ବାଦିକ ସଂଘର(oju) ଦାବିପତ୍ର ପ୍ରଦାନ, ସମାଧାନ ନ ହେଲେ ଆନ୍ଦୋଳନ

ବୋରିଗୁମ୍ମା, ୧୧ / ୮ : ଆଜି ବୋରିଗୁମ୍ମାର ୫ ଜଣ ଓଜେୟୁ ସଭ୍ୟ ସାମ୍ବାଦିକଙ୍କ ସହ ଓଡ଼ିଶା ସାମ୍ବାଦିକ ସଂଘ (oju) , କୋରାପୁଟ ଜିଲ୍ଲା ଶାଖା ତରଫରୁ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜୟପୁର ଡେପୁଟି କଲେକ୍ଟର ସୁନୀଲ କୁମାର କିଲାକାଙ୍କୁ ପ୍ରଦାନ କରାଯାଇଛି ।ଏଥି ପୂର୍ବରୁ ଗୋପବନ୍ଧୁ ସାମ୍ବାଦିକ ବିମା ଯୋଜନା ସ୍ୱତନ୍ତ୍ର ଭାବେ ଓଡ଼ିଶାରେ ସାମ୍ବାଦିକଙ୍କ ପାଇଁ କାର୍ଯ୍ୟକାରୀ ହୋଇ ଅଛି ।

କିନ୍ତୁ ବର୍ତ୍ତମାନ ସରକାର ଏହାକୁ ପରିବର୍ତ୍ତିତ କରି ଆୟୁଷ୍ମାନ ଯୋଜନାରେ ସାମିଲ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ତେଣୁ ଏହାର ପ୍ରତିବାଦରେ ଆଜି ଓଜେୟୁ ତରଫରୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଏଥିରେ ସାମ୍ବାଦିକଙ୍କ ପିତାମାତାଙ୍କୁ ମଧ୍ୟ ସାମିଲ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ସୂଚନା ପ୍ରସାରଣ ମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦାବି କରାଯାଇଛି ।ଅତି ଶୀଘ୍ର ବିଭାଗ ତରଫରୁ ଏ ସଂକ୍ରାନ୍ତରେ ବିବୃତି ପ୍ରକାଶ ନ ପାଇଲେ ସାରା ରାଜ୍ୟରେ ଓଜେୟୁ ତରଫରୁ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି ।ଦାବିପତ୍ର ପ୍ରଦାନ ସମୟରେ ଓଡ଼ିଶା ସାମ୍ବାଦିକ ସଂଘ (oju) କୋରାପୁଟ ଜିଲ୍ଲା ସଭାପତି ରବି ନାୟକ, ସାଧାରଣ ସମ୍ପାଦକ ତଥା IJU ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ରବି ଶଙ୍କର ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କେ .ସାକିଲି ଦୋରା, କୋଷାଧକ୍ଷ ସୁଶୀଳ କୁମାର ଷଡ଼ଙ୍ଗୀ, ଉପ ସଭାପତି ତ୍ରିନାଥ ନାୟକ, କାର୍ଯ୍ୟକାରିଣୀ ସଦସ୍ୟ ଅନୀଲ କୁମାର ପାତ୍ର, କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ କୁମାର (ଟୁଟୁ)ପଟ୍ଟନାୟକ, ଉପ ସଭାପତି ସୁଜିତ କୁମାର ପଣ୍ଡା,ସାଧାରଣ ପରିଷଦ ସଭ୍ୟ କେ.ସନ୍ତୋଷ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments