ସୁବର୍ଣ୍ଣପୁର , (୧୧/୦୬) : ଆପ୍ର: ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟବ୍ୟାପୀ “ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ.ଆଇ.ଆର) କାର୍ଯ୍ୟକ୍ରମ ଚାଲୁ ରହିଛି । ସୋନପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ମଧ୍ଯ ଏହା ସଫଳତା ର ସହ ଚାଲିଥିବା ନେଇ ସୂଚନା ଦେଇଛନ୍ତି ଡା. ସୌମ୍ୟରୂପା ରଥ, ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ।
ସେ କହିଛନ୍ତି ଯେ ଅଦ୍ୟାବଧି ସମସ୍ତ ୩୧୯ ଗୋଟି ବୁଥରେ ମାତ୍ର ୧୨ ଦିନ ଭିତରେ ୯୯.୫ ପ୍ରତିଶତ ଫର୍ମ ବଣ୍ଟନ ସଫଳତାର ସହ ସରିଯାଇଛି । ଆଉ ୦.୫ ପ୍ରତିଶତ ପ୍ରାୟ ଗୋଟେ ଦିନରେ ସରିଯିବ। ଏ ନେଇ ପୂର୍ବରୁ ବିଏଲଓ ଏବଂ ସୁପରଭାଇଜର ଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଇଥିବା ବେଳେ ସେ ଏଥିପାଇଁ ସମସ୍ତ ୩୧୯ ବିଏଲଓ, ୩୨ ସୁପରଭାଇଜର, ୭ ଏଇଆରଓ ଏବଂ ସମସ୍ତ ଇଲେକ୍ସନ ଟିମ୍ କୁ ଧନ୍ୟବାଦ ଦେଇଛନ୍ତି । ସେ ପୁଣି କହିଥିଲେ ଯେ ସିଇଓ ଙ୍କ ନିର୍ଦ୍ଦେଶ କ୍ରମେ ଡିଜିଟାଇଜେସନ କାମ ମଧ୍ୟ ଆରମ୍ଭ ହୋଇଯାଇଛି । ଫର୍ମ ଗ୍ରହଣ ଯେଉଁ ହୋଇଛି ଭୋଟର ଙ୍କ ସବିଶେଷ ବିବରଣୀ ସହ ଫୋଟ ଏବଂ ଦସ୍ତଖତ ସମ୍ବଳିତ ଫର୍ମ କୁ ଇସିଆଇ ନେଟ ମାଧ୍ୟମ ରେ ଅପଲୋଡ କରାଯିବ ।ବିଏଲ୍ଓ ମାନେ ମଧ୍ଯ ବିଏଲଓ ଆପ୍ ମାଧ୍ୟମରେ ଅପଲୋଡ଼ କରିବେ । ଭୋଟର ଚାହିଁଲେ ନିଜେ ମଧ୍ୟ ଇସିଆଇ ନେଟ ମାଧ୍ୟମ ରେ ଅପଲୋଡ କରିପାରିବେ । ଡିଜିଟାଇଜେସନ ପରେ ଡ୍ରାଫ୍ଟ ଇଲେକ୍ଟ୍ରୋଲ୍ ରୋଲ୍ ରେ ସେହି ଭୋଟରଙ୍କ ନାମ ଚଢ଼ିଯିବ। ତା ପରେ ଆମର ଆପତ୍ତି ଅଭିଯୋଗ ଅବଧି ଶେଷ ହେବା ପରେ ୬ ସେପ୍ଟେମ୍ବର ରେ ଚୂଡାନ୍ତ ଭୋଟର ତାଲିକା ପ୍ରସ୍ତୁତ କରାଯିବା ନେଇ ସୂଚନା ଦେଇଛନ୍ତି ଉପ ଜିଲ୍ଲାପାଳ ଡ. ସୌମ୍ୟରୂପା ରଥ ।
ଏହା AERO ସ୍ତରରେ ସମସ୍ତ ୪ଗୋଟି ବ୍ଲକ୍ ଏବଂ ତହସିଲ୍ରେ ମଧ୍ଯ ଚାଲିଛି ଏବଂ କହିଛନ୍ତି ଏହି ଏସଆଇଆର ର ସମ୍ପୂର୍ଣ ଗୋଟେ ଉଦ୍ଦେଶ୍ୟ ରହିଛି ଯେ ଏକ ସଠିକ୍ ଏବଂ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ କରିବା । ଏବଂ ଏଥିପାଇଁ ସୋନପୁରର ସମସ୍ତ ନାଗରିକ, ରାଜନୈତିକ ଦଳ, ସ୍ୱେଚ୍ଛାସେବୀ ସଂଗଠନ ଓ ଗଣମାଧ୍ୟମ ବନ୍ଧୁଙ୍କ ସକ୍ରିୟ ସହଯୋଗ ଆମେ କାମନା କରୁଛୁ । ଏହି କାର୍ଯ୍ୟକ୍ରମକୁ ଡେପୁଟି କଲେକ୍ଟର ସିଦ୍ଧାର୍ଥ ଶେଖର ଦାସ, ଆସିଷ୍ଟାଣ୍ଟ କଲେକ୍ଟର ରାମ ଶଙ୍କର ମିଶ୍ର, ଜୁନିଅର ଆସିଷ୍ଟାଣ୍ଟ ଦେୱାନୀ ପୁଟୁଲିଆ, ଡାଟା ଏଣ୍ଟ୍ରି ଅପରେଟର ରାଧାକାନ୍ତ ପ୍ରଧାନ ଏବଂ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀମାନେ ଡିଜିଟାଇଜେସନ୍ ପ୍ରକ୍ରିୟାରେ ବିଏଲଓ ମାନଙ୍କୁ ସାହାଯ୍ୟ କରିଥିଲେ ।

