ଏଣିକି ପଞ୍ଚାୟତରୁ ସଚିବାଳୟ, ସବୁଠି ଦୌଡ଼ିବ ଇଲେକ୍ଟ୍ରିକ୍ ଭେହିକଲ୍; ବଦଳିବ ଓଡ଼ିଶାର ପରିବହନ ଚିତ୍ର

Date:

Share post:

ଭୁବନେଶ୍ୱର, (୨୯/୦୫) : ଆପ୍ର : ଓଡ଼ିଶାରେ ସରକାରୀ ପରିବହନ ବ୍ୟବସ୍ଥାରେ ଆସିବାକୁ ଯାଉଛି ବଡ଼ ପରିବର୍ତ୍ତନ। ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ, ତହସିଲ ଓ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟରେ ଏଣିକି ଇଲେକ୍ଟ୍ରିକ୍ ଭେହିକଲ୍ (ଇଭି) ବ୍ୟବହାରକୁ ପ୍ରାଥମିକତା ଦିଆଯିବ

ସରକାରୀ କାର୍ଯ୍ୟ ପାଇଁ ଭଡ଼ାରେ ନିଆଯାଉଥିବା ନୂଆ ଡିଜେଲ ଓ ପେଟ୍ରୋଲ ଚାଳିତ ଗାଡ଼ି ଆଉ ବ୍ୟବହାର ହେବ ନାହିଁ। ଏହା ପରିବର୍ତ୍ତେ ଇଭି ଗାଡ଼ି ହେବ ସରକାରଙ୍କ ନୂଆ ପସନ୍ଦ । ଓଡ଼ିଶା ଏବେ ଗ୍ରୀନ୍ ମୋବିଲିଟି ଦିଗରେ ଦୃଢ଼ ପଦକ୍ଷେପ ନେଇଛି। ମୁଖ୍ୟମନ୍ତ୍ରୀଙ୍କ ଗ୍ରୀନ୍ ଗଭର୍ଣ୍ଣାନ୍ସ ଭିଜନ୍‌କୁ ଆଗକୁ ନେଇ ରାଜ୍ୟ ପରିବହନ ବିଭାଗ ଏହି ଦିଗରେ ଠୋସ୍ ପଦକ୍ଷେପ ନେଇଛି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପରିବହନ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଏକ ବୈଷୟିକ କମିଟି ଗଠନ କରାଯାଇଛି। କମିଟି ୨୪ ପ୍ରକାରର ଇଭି ଗାଡ଼ି ପାଇଁ ମାସିକ ଭଡ଼ା ନିର୍ଦ୍ଧାରଣ କରି ସରକାରୀ ଅନୁମୋଦନ ମଧ୍ୟ ହାସଲ କରିଛି।

ସରକାରଙ୍କ ନୂଆ ନୀତି ଅନୁସାରେ, ଯେଉଁଠାରେ ଇଭି ଚାର୍ଜିଂ ଭିତ୍ତିଭୂମି ଉପଲବ୍ଧ ଅଛି ସେଠାରେ ଇଭି ବ୍ୟବହାର ବାଧ୍ୟତାମୂଳକ ହେବ। ହେଲେ କେତେକ ଦୁର୍ଗମ କିମ୍ବା ବିଶେଷ ପରିସ୍ଥିତିରେ ପେଟ୍ରୋଲ କିମ୍ବା ଡିଜେଲ ଗାଡ଼ିର ଆବଶ୍ୟକତା ପଡ଼ିଲେ ଉଚ୍ଚସ୍ତରୀୟ କମିଟି ଏହା ଉପରେ ନିଷ୍ପତ୍ତି ନେବ।

ବର୍ତ୍ତମାନ ରାଜ୍ୟ ସରକାର ବିଭିନ୍ନ ବିଭାଗରେ ପ୍ରାୟ ୩,୫୦୦ ଡିଜେଲ ଓ ପେଟ୍ରୋଲ ଗାଡ଼ି ଭଡ଼ାରେ ବ୍ୟବହାର କରୁଛନ୍ତି। ଏହି ଗାଡ଼ିଗୁଡ଼ିକର ପଞ୍ଜିକରଣ ଅବଧି ଶେଷ ହେବା ପରେ ପର୍ଯ୍ୟାୟକ୍ରମେ ସେମାନଙ୍କ ସ୍ଥାନରେ ଇଭି ଗାଡ଼ି ନିୟୋଜିତ ହେବ। ଏହା ଦ୍ୱାରା ଇନ୍ଧନ ବାବଦରେ ସରକାରଙ୍କ ବ୍ୟୟ ହ୍ରାସ ପାଇବା ସହ ପରିବେଶ ପ୍ରଦୂଷଣ ମଧ୍ୟ ଅନେକାଂଶରେ କମିବ।

ବିଶେଷଜ୍ଞଙ୍କ ମତରେ, ସରକାରଙ୍କ ଏହି ପଦକ୍ଷେପ କେବଳ ଖର୍ଚ୍ଚ ବଞ୍ଚାଇବ ନୁହେଁ, ବରଂ ରାଜ୍ୟରେ ଇଭି ବଜାରକୁ ମଧ୍ୟ ନୂଆ ଗତି ଦେବ। ଟ୍ରାଭେଲ୍ସ, ଟୁର୍ ଅପରେଟର ଓ ବେସରକାରୀ ସଂସ୍ଥାମାନେ ମଧ୍ୟ ଇଭି ଆପଣାଇବାକୁ ଉତ୍ସାହିତ ହେବେ। ଗ୍ରୀନ୍ ଏନର୍ଜି ଓ ସସ୍ଥାୟୀ ପରିବହନ ଦିଗରେ ଏହା ଓଡ଼ିଶା ପାଇଁ ଏକ ବଡ଼ ମାଇଲଖୁଣ୍ଟ ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here

spot_img

Related articles

ଦୋକାନ ଭିତରକୁ ମାଡ଼ିଗଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ମହିଳାଙ୍କ ଜୀବନ, ଗାଡି ଛାଡି ଡ୍ରାଇଭର ଫେରାର

ମୟୂରଭଞ୍ଜ, (୨୯/୦୫) : ଆପ୍ର : ମୟୁରଭଞ୍ଜ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଏକ ପିକ୍‌ଅପ୍‌ ଭ୍ୟାନ୍‌...

କୋଇଲା ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ, କଣ୍ଟାମାଳ ପୋଲିସ ଦ୍ୱାରା ଜବତ

କଣ୍ଟାମାଳ, (୨୯/୦୫) : ଆପ୍ର : ଉପରେ କୋଇଲା ତଳେ ଗଞ୍ଜେଇ । ଅଭିନଵ ଢଙ୍ଗରେ ଗଞ୍ଜେଇ ଚୋରା ଚାଲାଣ । ବୌଦ୍ଧ ଜିଲ୍ଲା...

ଅନୁଗୁଳରେ ମର୍ମନ୍ତୁଦ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କା ଦେବା ଫଳରେ ବାଇକ୍ ସହ ଜଳିଗଲେ ଚାଳକ

ଅନୁଗୁଳ, (୨୯/୦୫) : ଆପ୍ର : ଜଳିଗଲେ ବାଇକ୍ ଆରୋହୀ । ଅନୁଗୁଳ ଜିଲ୍ଲା ସମଲ ଥାନା ସମାକୋଇ ବ୍ରିଜରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି...

ଡିଆରଡିଏ ମହିଳା ୱାସ ରୁମରେ ସିକ୍ରେଟ କ୍ୟାମେରା, କିଏ ଓ କାହିଁକି ଲଗାଇଛି ତାକୁ ନେଇ ପ୍ରଶ୍ନ

ଜଗତସିଂହପୁର, (୨୯/୦୫) : ଆପ୍ର : ଡିଆରଡିଏ ମହିଳା ୱାସ ରୁମରେ ସିକ୍ରେଟ କ୍ୟାମେରା । ଜଗତସିଂହପୁର ଜିଲ୍ଲା ଡିଆରଡିଏ କାର୍ଯ୍ୟାଳୟର ମହିଳା ୱାସରୁମରୁ...