Homelocalରେଢ଼ାଖୋଲ ବନଖଣ୍ଡ ଖମଣମୁଣ୍ଡା ଗାଁ'ରେ ଅଘଟଣ, ଫସଲ ଜଗିଥିବା ବେଳେ ଦଳିଦେଲା ହାତୀ

ରେଢ଼ାଖୋଲ ବନଖଣ୍ଡ ଖମଣମୁଣ୍ଡା ଗାଁ’ରେ ଅଘଟଣ, ଫସଲ ଜଗିଥିବା ବେଳେ ଦଳିଦେଲା ହାତୀ

ରେଢ଼ାଖୋଲ, (୨୫/୧୧) : ଆପ୍ର : ଫସଲ ଜଗିଥିବା ବେଳେ ଦଳିଦେଲା ହାତୀ । ରେଢ଼ାଖୋଲ ବନଖଣ୍ଡ ଖମଣମୁଣ୍ଡା ଗାଁରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ।

ମୃତକ ସେହି ଗାଁ’ର ଟୁନା ସୁରିହୋ ମୁଣ୍ଡା । ଧାନ ଜଗିବା ପାଇଁ ଟୁନା ବିଲରେ ମଞ୍ଚା କରି ଜଗି ରହିଥିଲେ । ଏହି ସମୟରେ ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣା ସମ୍ପର୍କରେ ଖବର ପାଇ ନାକଟିଦେଉଳ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ କରିଥିଲେ । ପରେ ମୃତଦେହକୁ ନାକଟିଦେଉଳ ଡାକ୍ତରଖାନାକୁ ପଠାଯାଇଥିଲା । ଆଜି ବ୍ୟବଚ୍ଛେଦ ପରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ । ହାତୀ ଚଳପ୍ରଚଳ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ଅଧିକ ସତର୍କତା ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ପାଇଁ ଦାବି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments