Homeaccidentଗଛରେ ପିଟିହେଲା ଯାତ୍ରୀବାହୀ ବସ୍; ଜଣେ ଗୁରୁତର, ୬ ଆହତ, ଅଳ୍ପକେ ବର୍ତିଲେ ୫୦ ଯାତ୍ରୀ

ଗଛରେ ପିଟିହେଲା ଯାତ୍ରୀବାହୀ ବସ୍; ଜଣେ ଗୁରୁତର, ୬ ଆହତ, ଅଳ୍ପକେ ବର୍ତିଲେ ୫୦ ଯାତ୍ରୀ

ଘସିପୁରା, (୦୪/୦୭) : ଆପ୍ର : କେନ୍ଦୁଝର ଜିଲ୍ଲାର ଘସିପୁରା ବଜାର ନିକଟରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ଝାରସୁଗୁଡ଼ାରୁ ଭଦ୍ରକ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତାକଡ଼ର ଏକ ଗଛରେ ପିଟି ହୋଇଯାଇଛି ।

ଦୁର୍ଘଟଣା ବେଳେ ବସ୍‌ରେ ପ୍ରାୟ ୫୦ ଜଣ ଯାତ୍ରୀ ଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଥିବାବେଳେ ଆଉ ୬ ଜଣ ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ପ୍ରଥମେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକସ୍ଥ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ଆହତମାନଙ୍କର ଚିକିତ୍ସା ସ୍ଥାନୀୟ ହସ୍ପିଟାଲରେ ଚାଲିଛି ।

ସୂଚନା ଅନୁଯାୟୀ, ବସ୍‌ଟି ଘସିପୁରା ବଜାର ନିକଟରେ ଥିବା ଏକ ପେଟ୍ରୋଲ ପମ୍ପ ପାଖରେ ପହଞ୍ଚିବା ସମୟରେ ହଠାତ୍ ଚାଳକ ଗାଡ଼ିର ନିୟନ୍ତ୍ରଣ ହରାଇଥିଲେ। ଫଳରେ ବସ୍‌ଟି ସିଧାସଳଖ ରାସ୍ତାକଡ଼ର ଗଛରେ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରରେ ଥିଲା ଯେ ବସ୍‌ ଭିତରେ ଥିବା ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ। ପରେ ପୋଲିସ ମଧ୍ୟ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ସହ ଆହତମାନଙ୍କୁ ହସ୍ପିଟାଲ ପଠାଇବାର ବ୍ୟବସ୍ଥା କରିଥିଲା। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments