Homelocalକୃଷକ ଉତ୍ପାଦନ ସଙ୍ଗଠନ ପାଇଁ ମହୁମାଛି ପାଳନର ଉଦ୍ୟୋଗୀକରଣ ଉପରେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର

କୃଷକ ଉତ୍ପାଦନ ସଙ୍ଗଠନ ପାଇଁ ମହୁମାଛି ପାଳନର ଉଦ୍ୟୋଗୀକରଣ ଉପରେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର

ଗୁଣପୁର, (୧୨/୯) : ଆପ୍ର : ରାୟଗଡ଼ା ଜିଲ୍ଲାର କୃଷକ ଉତ୍ପାଦନ ସଙ୍ଗଠନ ଗୁଡିକ ମଧ୍ୟରେ ମହୁମାଛି ପାଳନକୁ ଏକ ଲାଭଜନକ ଉଦ୍ୟୋଗ ଭାବେ ବିକଶିତ କରିବା ଉଦ୍ଦେଶ୍ୟରେ କୃଷି ବିଜ୍ଞାନ କେନ୍ଦ୍ର, ରାୟଗଡ଼ା ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା ।WhatsApp Image 2026 09 12 at 07.19.38 1

ଏହି ପ୍ରଶିକ୍ଷଣ ଶିବିରରେ ଗୁଣପୁର ବ୍ଲକର ୩ ଟି କୃଷକ ଉତ୍ପାଦନ ସଙ୍ଗଠନର ୨୫ ଜଣ ବୋର୍ଡ ନିର୍ଦ୍ଦେଶକ , ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସଦସ୍ୟ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡଃ ଅରବିନ୍ଦ ଦାସ ଅଧ୍ୟକ୍ଷତା କରି ମହୁମାଛି ପାଳନର ଆବଶ୍ୟକତା , ଏହାର ଆର୍ଥିକ ଗୁରୁତ୍ଵ ଓ ବ୍ୟାପକ ପ୍ରସାର ସମ୍ପର୍କରେ ଆଲୋଚନା କରିଥିଲେ । ଓ. ୟୁ .ଏ. ଟି ସର୍ବଭାରତୀୟ ସମନ୍ୱିତ ମହୁମାଛି ଗବେଷଣା ପ୍ରକଳ୍ପର ଭାରାପ୍ରାପ୍ତ ବୈଜ୍ଞାନିକା ଡଃ ପ୍ରଭାସିନୀ ବେହେରା ବୈଜ୍ଞାନିକ ପଦ୍ଧତିରେ ମହୁମାଛି ପାଳନ, ମହୁମାଛି ଦଳର ଗୁଣବତ୍ତା ଓ ବିଭାଜନ , ମହୁର ଗୁଣବତ୍ତା ପରୀକ୍ଷଣ ଆଦି ବିଷୟରେ ବିସ୍ତୃତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏଥିସହିତ ସେ କୃଷକ ଉତ୍ପାଦନ ସଙ୍ଗଠନର ସଦସ୍ୟ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସେମାନଙ୍କ ସନ୍ଦେହ ଦୂର କରିଥିଲେ ।WhatsApp Image 2026 09 12 at 07.19.39

କେନ୍ଦ୍ରର ବୈଜ୍ଞାନିକ ଶ୍ରୀ ରାଜୀବ ଟୁଡୁ ମହୁମାଛିର ବିଭିନ୍ନ କିସମ , ମହୁମାଛି ଦଳରେ ଥିବା ବିଭିନ୍ନ ଶ୍ରେଣୀର ମହୁମାଛି , ସେମାନଙ୍କ ଜୀବନଚକ୍ର ଏବଂ ମହୁମାଛି ପାଳନ ପାଇଁ ଆବଶ୍ୟକ ସାମଗ୍ରୀ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସଫଳ ପରିଚାଳନାରେ କୃଷି ବିଜ୍ଞାନ କେନ୍ଦ୍ରର ଡ଼ଃ ନରମ ରାମୁ , ଡ଼ଃ ଅନିନ୍ଦିତା ରାୟ , ପରିମଲ ତରାଇ , ସୁମିତ୍ରା ମହାନ୍ତି ଓ ସୌଭାଗ୍ୟ ରଞ୍ଜନ ଦାସ ପ୍ରମୁଖ ସହଯୋଗ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments