Homelocalମହାନଦୀରେ ମଣିଷ-କୁମ୍ଭୀର ଲଢ଼େଇ, ଦେଢ଼ ଘଣ୍ଟାର ସଂଘର୍ଷ ପରେ ଭାଇକୁ ବଞ୍ଚାଇଲେ ଭାଇ

ମହାନଦୀରେ ମଣିଷ-କୁମ୍ଭୀର ଲଢ଼େଇ, ଦେଢ଼ ଘଣ୍ଟାର ସଂଘର୍ଷ ପରେ ଭାଇକୁ ବଞ୍ଚାଇଲେ ଭାଇ

ବୌଦ୍ଧ//ହରଭଙ୍ଗା, (୦୫/୧୦) : ଆପ୍ର : ମହାନଦୀରେ ମଣିଷ-କୁମ୍ଭୀର ଲଢ଼େଇ । ଭାଇ ପାଇଁ ଜୀବନକୁ ବାଜିରେ ଲଗାଇଲେ ଭାଇ । ଭାଇର ଚିତ୍କାର ଶୁଣି କୁମ୍ଭୀର ଆକ୍ରମଣରୁ ବଞ୍ଚାଇଲେ ଅନ୍ୟ ଭାଇ ।

ଦେଢ଼ ଘଣ୍ଟାର ସଂଘର୍ଷ ପରେ କୁମ୍ଭୀର ମୁହଁରୁ ଜୀବନ ନେଇ ଫେରିଲେ ଯୁବକ । ବୌଦ୍ଧ ଜିଲ୍ଲା ​ହରଭଙ୍ଗା ବ୍ଲକ ମାରଡ଼ା ଘାଟରେ ଏଭଳି ଘଟଣା ଘଟିଛି । ମାରଡ଼ା ଗାଁ’ର ସୁଧୀର ବେହେରା ଅପରାହ୍ନ ସମୟରେ ମହାନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ନଦୀରେ ଗାଧୋଉଥିବା ସମୟରେ ପୂର୍ବରୁ ଥିବା ଏକ ଗୋମୁହାଁ କୁମ୍ଭୀର ହଠାତ୍ ସୁଧୀରଙ୍କ ବାମ ଗୋଡ଼କୁ କାମୁଡ଼ି ଧରିଥିଲା । ହଠାତ ସୁଧୀରଙ୍କୁ କୁମ୍ଭୀର ପାଣି ଭିତରକୁ ଘୋଷାଡ଼ି ନେଉଥିବା ବେଳେ ନଦୀ ଭିତରେ ଥିବା ଏକ ଗଛ ଡାଳକୁ ଧରି ପକାଇଥିଲେ । ସେ ଗଛକୁ ଜାବୁଡ଼ି ଧରି ଜୀବନ ବଞ୍ଚାଇବା ପାଇଁ ଆକୁଳ ଚିତ୍କାର କରିଥିଲେ ।

ଦୀର୍ଘ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ସୁଧୀର କୁମ୍ଭୀର ମୁହଁରୁ ନିଜକୁ ରକ୍ଷା କରିବା ପାଇଁ ଅପ୍ରାଣ ଉଦ୍ୟମ ଜାରି ରଖିଥିଲେ । ସୁଧୀରଙ୍କ ଚିତ୍କାର ଶୁଣି ପ୍ରଥମେ ଘଟଣାସ୍ଥଳରେ ଛବିନ୍ଦ୍ର ବେହେରା ପହଞ୍ଚିଥିଲେ । ପରେ ସେ ସହାୟତା ପାଇଁ ପାଖରେ ଥିବା ପ୍ରମୋଦ ପ୍ରଧାନଙ୍କୁ ଖବର ଦେଇଥିଲେ । ଏହାପରେ ଦୁଇ ଜଣ ମିଶି ସୁଧୀରଙ୍କୁ କୁମ୍ଭୀର ମୁହଁରୁ ଉଦ୍ଧାର କରିଥିଲେ । ​ଗୁରୁତର ସୁଧୀର ବେହେରା ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments