ରାଇକିଆ, (୨୫/୦୬) : ଆପ୍ର : ବଜ୍ରାଘାତରେ ୧୬ ବର୍ଷର ବାଳକ ମୃତ । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ କୁମ୍ଭାରଖାଡି ଗାଁରେ ଘଟିଛି ଅଭାବନୀୟ ଘଟଣା ।
ତିନି ଜଣ ବାଳକ ଘର ସମ୍ମୁଖରେ ଖେଳୁଥିବା ବେଳେ ହଠାତ୍ ବର୍ଷା, ପବନ, ଘଡଘଡି ମାରିଥିଲା । ଯାହା ଫଳରେ ଜଣେ ୧୬ ବର୍ଷ ବାଳକର ମୃତ୍ୟୁ ଘଟିଛି । ଅନ୍ୟ ଦୁଇଜଣ ବାଳକ ସାମାନ୍ୟ ଆହତ ହୋଇଛନ୍ତି । ମୃତ ବାଳକର ଶବ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ରାଇକିଆ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ଗ୍ରାମ ବାସୀ । ମୃତ ବାଳକ ଜଣକ ହେଲେ କୁମ୍ଭାରଖାଡି ଗାଁ’ର ସୁମନ ମଲ୍ଲିକ ବୋଲି ଜଣାପଡିଛି । ଏନେଇ ଗାଁରେ ଶୋକରେ ଛାୟା ଖେଳି ଯାଇଛି ।

