ବିଦ୍ୟୁତ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ହସ୍ପିଟାଲରେ ଲାଗିରହିଛି ଉତ୍ତେଜନା

Date:

Share post:

ଗୋପ, (୨୫/୦୬) : ଆପ୍ର : ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଗୋପ ହସ୍ପିଟାଲରେ ତୁମୁଳକାଣ୍ଡ ସୃଷ୍ଟି ହୋଇଛି । ମୃତ ଯୁବକ ହେଲେ ଗୋପ ବ୍ଲକ ଅନ୍ତର୍ଗତ ଓଡ଼ମ୍ବା ଗାଁ’ର ସୁବାସ ସ୍ୱାଇଁ ।

ସୂଚନା ଅନୁଯାୟୀ, ଘରେ କାମ କରୁଥିବା ବେଳେ ସୁବାସ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ ଗୋପ ହସ୍ପିଟାଲକୁ ନେଇ ଆସିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି । ଏହାପରେ ଉତ୍ତ୍ୟକ୍ତ ଗ୍ରାମବାସୀ ଓ ପରିବାର ଲୋକେ ହସ୍ପିଟାଲ ପରିସରରେ ଉତ୍ତେଜନା ସୃଷ୍ଟି କରିଥିଲେ । ଅଭିଯୋଗ ହୋଇଛି ଯେ, ପ୍ରଥମେ ଯୁବକଙ୍କୁ ମୃତ ଘୋଷଣା କରାଯାଇଥିଲେ ମଧ୍ୟ ପରେ ତାଙ୍କୁ ସାଲାଇନ୍ ଦିଆଯାଇଥିଲା । ଏହାସହ ଆମ୍ବୁଲାନ୍ସ ନମିଳିବାରୁ ପରିବାର ଲୋକେ ବାଧ୍ୟ ହୋଇ ଏକ ବ୍ୟକ୍ତିଗତ ଗାଡ଼ିରେ ତାଙ୍କୁ ଭୁବନେଶ୍ୱର ନେଇଥିବା ଅଭିଯୋଗ କରିଛନ୍ତି ।

ଘଟଣାକୁ ନେଇ ବର୍ତ୍ତମାନ ହସ୍ପିଟାଲ ପରିସରରେ ଉତ୍ତେଜନା ଲାଗି ରହିଥିବା ବେଳେ ଗୋପ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରୁଛି। ଏପଟେ ଡାକ୍ତର ଶୁଭମ ଜୋତି ଦାସ କହିବା ଅନୁସାରେ ପେସେଣ୍ଟ ମେଡିକାଲ ଆସିବା ପୂର୍ବରୁ ମୃତ୍ୟୁ ହୋଇଯାଇଥିଲା । ପରେ ପେସେଣ୍ଟ ପରିବାର ଲୋକେ ମେତେ ଆକ୍ରମଣ କରିଥଲେ ଏବଂ ବାଧ୍ୟ କଲେ ସାଲାଇନ ଲଗାଇବା ପାଇଁ କହିଲେ । ଗଣ୍ଡଗୋଳରେ ଡାକ୍ତରଙ୍କ ବେକରେ ଆଘାତ ଲାଗିଥିବା ଅଭିଯୋଗ କରିଛନ୍ତି । ଏପଟେ ପରିବାର ଲୋକେ ମୃତକଙ୍କୁ ମେଡିକାଲରୁ ଡ଼ାଲା ଅଟୋରେ ଭୁବନେଶ୍ୱର ନେଉଯାଉଥିଲେ । ଗୋପ ଆଇ ଆଇ ସି ଗୋପ ବଜାରରୁ ଗାଡିକୁ ଅଟକାଇ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ପଠାଇ ସେପଟେ ଗୋପ ମେଡିକାଲରେ ପହଞ୍ଚି ଗୋପ ପୋଲିସ ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ଜିଲ୍ଲାସ୍ତରୀୟ ଜୈବ କୃଷି ଓ ପ୍ରାକୃତିକ କୃଷି କର୍ମଶାଳା

ବଲାଙ୍ଗିର, (୨୫/୦୬) : ଆପ୍ର : ମାଟିର ଉର୍ବରତା ରକ୍ଷା କରିବା ସହ ମାନବ ସମାଜକୁ ବିଷମୁକ୍ତ ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ସ୍ଥାନୀୟ କୋଶଳ...

ନୂଆପଡା ଜିଲ୍ଲାରେ ବିଷ ପିଇ ଚାଷୀ ଆତ୍ମହତ୍ୟା ଅଭିଯୋଗ

ନୂଆପଡ଼ା, (୨୫/୦୬) : ଆପ୍ର : ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଜଡ଼ାମୁଣ୍ଡା ଗାଁରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା...

ପୁରୀରେ ପହଁଚିଲା ରଥ ଦଉଡ଼ି

ପୁରୀ, (୨୫/୦୬) : ଆପ୍ର : ବିଶ୍ୱନିଅନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ପୁରୀରେ ତିନି ରଥ ଦଉଡ଼ି ପହଁଚିଛି । ଦୁଇଟି...

କନ୍ଧମାଳରେ ଚାଞ୍ଚଲ୍ୟ; ନାବାଳିକାଙ୍କ ଗଣଦୁଷ୍କର୍ମ ଅଭିଯୋଗ ପରେ ଜି.ଉଦୟଗିରି ପୋଲିସର ତଦନ୍ତ ଆରମ୍ଭ

କନ୍ଧମାଳ, (୨୫/୦୬) : ଆପ୍ର : କନ୍ଧମାଳ ଜିଲ୍ଲାରେ ଜଣେ ନାବାଳିକାଙ୍କ ଗଣଦୁଷ୍କର୍ମ ଅଭିଯୋଗକୁ ନେଇ ଚର୍ଚ୍ଚା ବଢ଼ିଛି । ଏହି ଘଟଣାରେ ପୋଲିସ...